ବିମୁଦ୍ରାୟନର ବର୍ଷକ ମଧ୍ୟରେ ଦେଶରୁ ଜବତ ହୋଇଛି ୧୬ କୋଟିର ଜାଲନୋଟ୍‌

ନୂଆଦିଲ୍ଲୀ: ମୋଦି ସରକାରଙ୍କର ବିମୁଦ୍ରାୟନ ନିଷ୍ପତ୍ତି ପରେ ଦେଶରେ ଜାଲନୋଟ୍‌ କାରବାର ସଂପୂର୍ଣ୍ଣ ରୂପେ ବନ୍ଦ ହୋଇ ନଥିଲେ ସୁଦ୍ଧା ବହୁ ପରିମାଣରେ କମ୍‌ ହୋଇଯାଇଛି। ୨୦୧୬ ଓ ୨୦୧୫ ବର୍ଷରେ ଦେଶରୁ ଯେତେ ପରିମାଣରେ ଜାଲନୋଟ୍‌ ଜବତ ହୋଇଥିଲା, ସେ ତୁଳନାରେ ଦେଖିଲେ ବିମୁଦ୍ରାୟନ ପରେ ଦେଶରୁ ଖୁବ୍‌ ପରିମାଣରେ ଜାଲନୋଟ୍‌ ଜବତ ହୋଇଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ବିମୁଦ୍ରାୟନ ପରେ ସମଗ୍ର ଦେଶରୁ ମାତ୍ର ୧୬ କୋଟି ଟଙ୍କା ମୂଲ୍ୟର ଜାଲନୋଟ୍‌ ଜବତ ହୋଇଥିବା ଏହି ସୂତ୍ରରୁ ଜଣାପଡ଼ିଛି।

The Indian Express

ବିମୁଦ୍ରାୟନ ପରେ ଦେଶରୁ ଯେଉଁସବୁ ଜାଲନୋଟ୍‌ ଜବତ କରାଯାଇଛି ସେସବୁ ପୂର୍ବରୁ ଜବତ ହେଉଥିବା ଜାଲନୋଟ୍‌ ତୁଳନାରେ ସେତେ ମାତ୍ରାରେ ଉଚ୍ଚମାନର ନୁହେଁ। ବିମୁଦ୍ରାୟନ ପରେ ଜବତ ହୋଇଥିବା ଜାଲନୋଟ୍‌ ସବୁ ହାତରେ ଧରିଲା ମାତ୍ରେ ହିଁ ଜାଲି ବୋଲି ଜଣା ପଡ଼ଯାଉଛି। ନଚେତ୍‌, କେବଳ ମାତ୍ର ଫୋରେନ୍‌ସିକ୍‌ ପରୀକ୍ଷା ମାଧ୍ୟମରେ ହିଁ ଜାଲନୋଟ୍‌କୁ ଚିହ୍ନଟ କରି ହେଉଛି ବୋଲି କହିଛନ୍ତି ଗୃହ ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀ।

୨୦୧୬ ନଭେମ୍ବର ୮ରେ ଦେଶରେ ବିମୁଦ୍ରାୟନ ଘୋଷଣା କରାଯିବା ପରେ ୨୦୧୭ ନଭେମ୍ବର ୬ ତାରିଖ ସୁଦ୍ଧା ସମଗ୍ର ଦେଶରୁ ୧୬ କୋଟି ଟଙ୍କା ମୂଲ୍ୟର ଜାଲନୋଟ୍‌ ଜବତ କରାଯାଇଛି। ଯାହାକି, ୨୦୧୬ରେ ଦେଶରୁ ଜବତ ହୋଇଥିବା ଜାଲନୋଟ୍‌ ତୁଳନାରେ ଏକ ତୃତୀୟାଂଶରୁ ବି କମ୍‌। ୨୦୧୬ରେ ସମଗ୍ର ଦେଶରୁ ୫୧.୩ କୋଟି ଟଙ୍କା ମୂଲ୍ୟର ଜାଲନୋଟ୍‌ ଜବତ ହୋଇଥିବା ବେଳେ ୨୦୧୫ରେ ୪୪.୨ କୋଟି ଟଙ୍କା ମୂଲ୍ୟର ଜାଲନୋଟ ଜବତ ହୋଇଥିଲା।

ତେବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ବିମୁଦ୍ରାୟନ ପରେ ଦେଶରୁ ଯେଉଁସବୁ ଜାଲନୋଟ୍‌ ଜବତ କରାଯାଇଛି ସେସବୁ ପୂର୍ବରୁ ଜବତ ହେଉଥିବା ଜାଲନୋଟ୍‌ ତୁଳନାରେ ସେତେ ମାତ୍ରାରେ ଉଚ୍ଚମାନର ନୁହେଁ। ବିମୁଦ୍ରାୟନ ପରେ ଜବତ ହୋଇଥିବା ଜାଲନୋଟ୍‌ ସବୁ ହାତରେ ଧରିଲା ମାତ୍ରେ ହିଁ ଜାଲି ବୋଲି ଜଣା ପଡ଼ଯାଉଛି। ନଚେତ୍‌, କେବଳ ମାତ୍ର ଫୋରେନ୍‌ସିକ୍‌ ପରୀକ୍ଷା ମାଧ୍ୟମରେ ହିଁ ଜାଲନୋଟ୍‌କୁ ଚିହ୍ନଟ କରି ହେଉଛି ବୋଲି କହିଛନ୍ତି ଗୃହ ମନ୍ତ୍ରାଳୟର ଜନୈକ ବରିଷ୍ଠ ଅଧିକାରୀ।

ଅନ୍ୟପକ୍ଷରେ, ବିମୁଦ୍ରାୟନ ଘୋଷଣା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ଯେଉଁ ନୂତନ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ କରାଗଲା ସେଥିରେ ସୁରକ୍ଷା ବ୍ୟବସ୍ଥା ଏପରି ରଖାଗଲା ଯେ ତାକୁ ଜାଲ୍‌ କରିବା ଏକ ଅସମ୍ଭବ ବ୍ୟାପାର ବୋଲି କହିଛନ୍ତି ଗୃହ ମନ୍ତ୍ରାଳୟର ସଂପୃକ୍ତ ଅଧିକାରୀ। ପୂର୍ବରୁ ଦେଶରେ ଯେଉଁ ୧୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ ପ୍ରଚଳିତ ଥିଲା ତାହାକୁ ଅବିକଳ ନକଲ କରି ପାକିସ୍ତାନରେ ବିପୁଳ ପରିମାଣରେ ଜାଲିନୋଟ ଛପାଯାଇ ସେସବୁ ଜାଲ୍‌ନୋଟ୍‌କୁ ଦେଶରେ ଆତଙ୍କବାଦ କାର୍ଯ୍ୟକଳାପ ବଢ଼ାଇବାକୁ ଆତଙ୍କବାଦୀମାନଙ୍କୁ ଯୋଗାଇ ଦିଆଯାଉଥିଲା। ସେସବୁ ଜାଲନୋଟ୍‌କୁ ଚିହ୍ନଟ କରିବା ସଂପୂର୍ଣ୍ଣ ଅସମ୍ଭବ ଥିଲା। କିନ୍ତୁ, ବିମୁଦ୍ରାୟନ ପରେ ଏବେ ଏଥିରେ ସଂପୂର୍ଣ୍ଣ ପୂର୍ଣ୍ଣଚ୍ଛେଦ ପଡ଼ିଥିବା କହିଛି ଗୃହ ମନ୍ତ୍ରାଳୟ।

ସମ୍ବନ୍ଧିତ ଖବର