ପାଟନା : ବିହାରରେ ଶିକ୍ଷକ ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ଶିକ୍ଷକ ପଦ ପାଇଁ ଶତାଧିକ ଆଶାୟୀ ପ୍ରାର୍ଥୀ ଆଜି ପାଟନାର ଡାକ ବଙ୍ଗଳା ଚୌରାହା ନିକଟରେ ଆନ୍ଦୋଳନ କରିଥିଲେ। ତେବେ ଆଜିର ଆନ୍ଦୋଳନ ସମୟରେ ବିହାରର ଜଣେ ଅମଲା ଜଣେ ଆନ୍ଦୋଳନକାରୀଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ସେହି ଅମଲା ଜଣକ ହେଲେ ପାଟନାର ଅତିରିକ୍ତ ଜିଲ୍ଲାପାଳ କେକେ ସିଂହ। ଆନ୍ଦୋଳନକାରୀଙ୍କୁ ତଳେ ଘୋଷାଡ଼ିବା ସହ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହୋଇଛି। ସମ୍ପୃକ୍ତ ଆନ୍ଦୋଳନକାରୀ ଜଣଙ୍କ ହାତରେ ଜାତୀୟ ପତାକା ଧରିଥିଲେ। ପୁଲିସ ତାଙ୍କ ହାତରୁ ଜାତୀୟ ପତାକା ମଧ୍ୟ ଛଡ଼ାଇ ନେଇଛି। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ସେମାନେ ପାଣି ତୋପ ବ୍ୟବହାର କରିଛନ୍ତି। ସିଟିଇଟି ଏବଂ ବିଟିଇଟି ପାସ୍ ପ୍ରାର୍ଥୀମାନେ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅଛନ୍ତି। ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ ସେମାନେ ୨୦୧୯ରୁ ନିଯୁକ୍ତି ପାଇଁ ଅପେକ୍ଷା କଲେଣି। ଜଣେ ଆନ୍ଦୋଳନକାରୀ କହିଛନ୍ତି, ବିହାରରେ ନୂଆ ସରକାର ଗଠନ ପୂର୍ବରୁ ଆର୍ଜେଡି ନେତା ତେଜସ୍ବୀ ଯାଦବ କହିଥିଲେ ଯେ ପ୍ରଥମ କ୍ୟାବିନେଟରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ଏଯାବତ କିଛି ହେଲାନାହିଁ। ଇତି ମଧ୍ୟରେ ତେଜସ୍ବୀ ଯାଦବ ଆଜିର ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ପାଟନା ଜିଲ୍ଲାପାଳଙ୍କ ସହ ସେ ଏହି ପ୍ରସଙ୍ଗରେ କଥା ହୋଇଛନ୍ତି। ପାଟନା ଜିଲ୍ଲାପାଳଙ୍କ ଦ୍ବାରା ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ ହୋଇଛି। ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ତେଜସ୍ବୀ ଯାଦବ କହିଛନ୍ତି।
ବିହାରରେ ଶିକ୍ଷକ ନିଯୁକ୍ତିରେ ବିଳମ୍ବ ପାଇଁ ଆନ୍ଦୋଳନ: ଆନ୍ଦୋଳନକାରୀଙ୍କୁ ନିସ୍ତୁକ ମାଡ଼ ମାରି ଘୋଷାଡ଼ିଲେ
/sambad/media/post_attachments/wp-content/uploads/2022/08/sf65465f4sh65fhshfshffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)