୧୩ଟି ରାଜ୍ୟକୁ ବ୍ୟାପିଲାଣି ଅଗ୍ନିପଥ ହିଂସା: ବିହାର ଓ ହରିୟାଣାରେ ଇଣ୍ଟରନେଟ ସେବା ବନ୍ଦ, ୧୭୨ ଗିରଫ

ପାଟନା: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ନେଇ ଆରମ୍ଭ ହୋଇଥିବା ବିରୋଧ ଏବେ ଉତ୍ତରପ୍ରଦେଶରୁ ତେଲେଙ୍ଗାନା ପର୍ଯ୍ୟନ୍ତ ୧୩ଟି ରାଜ୍ୟରେ ବ୍ୟାପିସାରିଛି। ସବୁଠାରୁ ବଡ ପ୍ରଭାବ ବିହାରରେ ପଡ଼ୁଥିବା ଦେଖାଯାଉଛି। ଯେଉଁମାନେ ସେନାରେ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ରାସ୍ତାରେ ଯାଇ ନିଜର କ୍ରୋଧ ପ୍ରକାଶ କରୁଥିବା ଦେଖାଯାଉଛି। ବସ୍-ଟ୍ରେନରେ ନିଆଁ ଲଗାଯାଉଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇସାରିଛି। ପୁଲିସ ଉପରକୁ ପଥର ମାଡ଼ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ୧୭୨ଜଣଙ୍କୁ ଗିରଫ କରାଯାଇସାରିଛି।

ସିସିଟିଭି ଫୁଟେଜ ଜରିଆରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଉଛି। ରେଳବାଇ ହିଂସା ପାଇଁ ୧୬୪ ଟ୍ରେନ୍ ବାତିଲ କରିଥିବାବେଳେ ୨୩୮ଟ୍ରେନ୍ ପ୍ରଭାବିତ ହୋଇଛି। ଅଗ୍ନିପଥ ଯୋଜନାକୁ ନେଇ ଆରମ୍ଭ ହୋଇଥିବା ବିରୋଧ ପରେ ବିହାର ସରକାର ଅନେକ ଜିଲ୍ଲାରେ ଇଣ୍ଟରନେଟ୍ ଏବଂ ମୋବାଇଲ୍ ଟେଲିଫୋନ୍ ସେବାକୁ ସ୍ଥଗିତ ରଖିଛନ୍ତି। ଇଣ୍ଟରନେଟ୍ ଏବଂ ଟେଲିକମ୍ ସେବା ଜୁନ୍ ୧୯ ପର୍ଯ୍ୟନ୍ତ କାଇମୁର, ଭୋଜପୁର, ଔରଙ୍ଗାବାଦ, ରୋହତାସ୍, ବକ୍ସର୍, ନୱାଡା, ପଶ୍ଚିମ ଚମ୍ପରନ୍, ସମସ୍ତିପୁର, ଲଖିସରାଇ, ବେଗୁସରାଇ, ବୈଶାଲି ଏବଂ ସରନରେ ସ୍ଥଗିତ ରଖାଯାଇଛି।

बिहार के कुल्हड़िया स्टेशन पर प्रदर्शनकारियों ने विरोध प्रदर्शन किया.
aajtak

ଅନ୍ୟପକ୍ଷରେ, ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ହରିୟାଣା ସରକାର ମୋବାଇଲ୍ ଇଣ୍ଟରନେଟ୍ ସେବା ଏବଂ ସମସ୍ତ ଏସଏମଏସ ସେବାକୁ ସ୍ଥଗିତ ରଖିଛନ୍ତି। ପରବର୍ତ୍ତୀ ୨୪ ଘଣ୍ଟା ପାଇଁ ଏହି ଆଦେଶ ବଳବତ୍ତର ରହିବ। ହିଂସା ମଧ୍ୟରେ ଭାରତୀୟ ବାୟୁସେନା ଏକ ବଡ଼ ଘୋଷଣା କରିଛି। ଅଗ୍ନିପଥ ସ୍କିମ ଜରିଆରେ ଭାରତୀୟ ବାୟୁସେନା ପ୍ରଥମେ ଅଗ୍ନିବୀରମାନଙ୍କୁ ବାଛିବା ପ୍ରକିୟା ଆରମ୍ଭ କରିବ। ଜୁନ୍ ୨୪ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏକ ଅଭିଭାଷଣରେ ଏୟାର ଚିଫ୍ ମାର୍ଶଲ ଭି.ଆର. ଚୌଧରୀ କହିଛନ୍ତି, ଘୋଷଣା କରି ଖୁସି ଯେ, ଅଗ୍ନିପଥ ସ୍କିମରେ ପୂର୍ବରୁ ଥିବା ବୟସ ସୀମାକୁ ବଢ଼ାଇ ୨୩ବର୍ଷ କରାଯାଇଛି। ଏହା ଯୁବପିଢ଼ିଙ୍କୁ ଉପକୃତ କରିବ। ଭାରତୀୟ ବାୟୁସେନା ପାଇଁ ନିଯୁକ୍ତି ପ୍ରକ୍ରିୟା ଜୁନ୍ ୨୪ରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର