ଚାନ୍ଦବାଲି : ଆଜି ସକାଳେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୧ର ପରୀକ୍ଷା ଧାମରା ନିକଟ ଅବଦୁଲ କଲାମ ଦ୍ୱୀପର ୪ନମ୍ବର ଲଞ୍ଚପ୍ୟାଡରୁ ହୋଇଛି। ସକାଳ ୮ଟା ୩୪ ମିନିଟରେ ଭାରତୀୟ କ୍ଷେପଣାସ୍ତ୍ର କ୍ଷମତାର ବାର୍ତ୍ତା ନେଇ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ପରମାଣୁ କ୍ଷମତା ସଂପନ୍ନ ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଥିଲା। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି-୧ର ଲମ୍ବ-୪.୮ମିଟର, ମୋଟେଇ ୧.୩ ମିଟର। ଏହାର ଓଜନ ୧୨୦୦ କିଲୋଗ୍ରାମ। ଏଥିରେ ୨ ଟନ୍ ଓଜନର ପାରମ୍ପରିକ କିମ୍ବା ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି। କଠିନ ଇନ୍ଧନ ଆବଶ୍ୟକ କରୁଥିବା ଏହି କ୍ଷେପଣାସ୍ତ୍ରର ମାରକ କ୍ଷମତା ୭୦୦ରୁ ୧୨୦୦ କିଲୋମିଟର। ଏହାର ବେଗ ସେକେଣ୍ଡ ପ୍ରତି ୨.୫ କିମି। ପରୀକ୍ଷଣ ସମୟରେ ଆଇଟିଆରର ନିର୍ଦ୍ଦେଶକ, ଅଗ୍ନି-୧ର ନିର୍ଦ୍ଦେଶକ, ଓ ୩ଶହରୁ ଅଧିକ ବୈଜ୍ଞାନିକ ଉପସ୍ଥିତ ରହିଥିଲେ। ପରୀକ୍ଷା ପାଇଁ ସମୁଦ୍ର ଭିତରେ କଡ଼ା ସୁରକ୍ଷା ଗ୍ରହଣ କରାଯାଇଛି। ଏଥିପାଇଁ ମେରାଇନ ଓ କୋଷ୍ଟଗାର୍ଡଙ୍କୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ସେନାରେ ସାମିଲ କରା ଯାଇଥିବା ଅଗ୍ନି-୧ରେ ବୈଷୟିକ ପାରାମିଟର ଠିକ୍ ଅଛି କି ନାହିଁ ଏହି ପରୀକ୍ଷଣରୁ ତାହା ସ୍ପଷ୍ଟ ହେବ। ଅଗ୍ନି-୧ର ପ୍ରଥମ ପରୀକ୍ଷଣ ୨୦୦୨ ମସିହା ଜାନୁଆରି ୨୫ ତାରିଖରେ ହୋଇଥିଲା। ୨୦୧୨ ଜୁଲାଇ ୧୩ ତାରିଖରେ ଏହାର ପରୀକ୍ଷଣ ମଧ୍ୟ ସଫଳ ହୋଇଥିଲା। ୨୦୧୪ ଏପ୍ରିଲ ୧୧ ତାରିଖରେ ରାତିରେ ଏହାର ପରୀକ୍ଷଣ ସଫଳ ହୋଇଥିଲା।
ଅବଦୁଲ କାଲାମ ଦୀପରୁ ଅଗ୍ନି-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
/sambad/media/post_attachments/wp-content/uploads/2018/02/Agni-I-missile.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)