ଭୁବନେଶ୍ବର : ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ପରୀକ୍ଷଣ କରିଛି ଭାରତ । ଏହାକୁ ଓଡ଼ିଶାର ଚାନ୍ଦିପୁରରେ ଥିବା ପରୀକ୍ଷା କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା। ପରୀକ୍ଷଣ ସମୟରେ ଅଗ୍ନି-୪ ସମସ୍ତ ନିର୍ଦ୍ଧାରିତ ମାନଦଣ୍ଡକୁ ସଫଳତାର ସହ ପୂରଣ କରିଛି।
ପ୍ରତିରକ୍ଷା ମନ୍ତ୍ରାଳୟର ଏକ ପ୍ରେସ ବିଜ୍ଞପ୍ତି ଅନୁସାରେ ୨୦୨୪ ସେପ୍ଟେମ୍ବର ୬ ତାରିଖରେ ଓଡ଼ିଶାର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟରେଞ୍ଜରୁ ଇଣ୍ଟରମିଡିଏଟ୍ ରେଞ୍ଜ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ କରାଯାଇଥିଲା। ଏହି ଉତକ୍ଷେପଣ ସମସ୍ତ ପରିଚାଳନାଗତ ଏବଂ ବୈଷୟିକ ମାନଦଣ୍ଡକୁ ସଫଳତାର ସହ ଯାଞ୍ଚ କରିଥିଲା । ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ୍ ତତ୍ତ୍ୱାବଧାନରେ ଏହା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)