ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ପାଇଁ ସରକାର ଆରମ୍ଭ କରିଥିବା ଅଗ୍ନିପଥ୍ ସ୍କିମକୁ ନେଇ ସାରା ଦେଶରେ ବିରୋଧ ଜାରି ରହିଥିବା ବେଳେ ଏହା ଯୁବପିଢ଼ି ଓ ସେନା ପାଇଁ ଏକ ୱିନ୍-ୱନ୍(ବିଜୟ-ବିଜୟ)ର କଥା ବୋଲି ସୋମବାର ନିଜ ମତ ରଖି କହିଛନ୍ତି ସେନା ମୁଖ୍ୟ ଜେନେରାଲ୍ ମନୋଜ ପାଣ୍ଡେ। ଭୁଲ୍ ତଥ୍ୟ ହେତୁ ଭ୍ରମିତ ନହେବାକୁ ସେ ଆଶାୟୀ ଆବେଦନକାରୀମାଙ୍କୁ ଅନୁରୋଧ କରିଛନ୍ତି।
ଗଣମାଧ୍ୟମ ସଂସ୍ଥା ‘ଆଜ୍ତକ୍’କୁ ତାଙ୍କର ସ୍ବତନ୍ତ୍ର ସାକ୍ଷାତ୍କାର ଦେଇ ସେ କହିଛନ୍ତି କି ‘ଅଗ୍ନିପଥ ଯୋଜନା ଆଉ ପଛକୁ ହଟିବ ନାହିଁ। ଆଜି ହିଁ ନିଯୁକ୍ତି ପାଇଁ କାର୍ଯ୍ୟସୂଚୀ ଜାରି କରାଯାଉଛି। ଏଥିରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିପାରେ।’ ସେ ଦେଶର ଯୁବକମାନଙ୍କୁ ଅଗ୍ନିପଥ ଯୋଜନାକୁ ବୁଝିବା ପାଇଁ କହିଛନ୍ତି। ଏହା ଏକ ଲାଭଦାୟକ ଯୋଜନା ବୋଲି ସେ ତାଙ୍କ ସାକ୍ଷାତ୍କାରରେ କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ଉପଯୁକ୍ତ ତଥ୍ୟର ଅଭାବ ଏହି ଯୋଜନାକୁ ନେଇ ଲୋକଙ୍କ ଭିତରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛି।
Watch #Exclusive: The biggest voice on Agnipath, Young India listen to the General! (@gauravcsawant)#ITLivestreamhttps://t.co/90N4G29OBg
— IndiaToday (@IndiaToday) June 20, 2022
ଉଲ୍ଲେଖଯୋଗ୍ୟ, ପୂର୍ବରୁ ସାମରିକ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଲେଫ୍ଟନାଣ୍ଟ ଜେନେରାଲ ଅନିଲ ପୁରୀ କହିଛନ୍ତି କି ପ୍ରତିରକ୍ଷା ବିଭାଗରେ ସଂସ୍କାର ଲାଗି ବହୁଦିନରୁ ଚିନ୍ତା କରାଯାଉଥିଲା। ଆମେ ଚାହୁଁଥିଲୁ ସେନାରେ ନବୀନ ଓ ପ୍ରବୀଣଙ୍କ ସମ୍ମିଶ୍ରଣ। ବର୍ତ୍ତମାନ ବହୁସଂଖ୍ୟକ ଯବାନଙ୍କ ବୟସ ୩୦ରୁ ୪୦ ବର୍ଷ ଭିତରେ ଏବଂ ଅଧିକାରୀମାନଙ୍କୁ କମାଣ୍ଡ (ସେନାରେ ଉଚ୍ଚ ପଦବି) ମିଳୁଛି ଆଗ ଅପେକ୍ଷା ଅନେକ ଡେରିରେ। ତିନି ସେନାରୁ ପ୍ରତିବର୍ଷ ପ୍ରାୟ ୧୭,୬୦୦ ଲୋକ ଚାକିରି ଅବଧି ପୂରିବା ପୂର୍ବରୁ ଅବସର ନେଉଛନ୍ତି। ଏତେ ସଅଳ ଅବସର ନେଲା ପରେ ସେମାନେ କ’ଣ କରିବେ ବୋଲି ଆଜି ଯାଏ କେହି ତ ପଚାରି ନ ଥିଲେ। ପ୍ରଥମ ବର୍ଷ ୪୬,୦୦୦ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବା ପରେ ଏହି ପ୍ରକ୍ରିୟା ଆଗକୁ ବ୍ୟାପକ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Untitled-44.jpg)