ସେନାକୁ ନିୟନ୍ତ୍ରଣକୁ ନେବା ପାଇଁ ଅଗ୍ନିପଥ

ଆରଏସ୍‌ଏସ୍‌ର ଏକ ଲୁକ୍କାୟିତ ଏଜେଣ୍ଡା: କୁମାରସ୍ବାମୀ

ବେଙ୍ଗାଲୁରୁ : ଭାରତୀୟ ସେନାକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଗଠନ (ଆର୍‌ଏସ୍‌ଏସ୍‌) ଦ୍ୱାରା ଅଗ୍ନିପଥ ଯୋଜନା ଏକ ଲୁକ୍କାୟିତ ଏଜେଣ୍ଡା। ସେନାକୁ ନିୟନ୍ତ୍ରଣକୁ ନେବାପାଇଁ ଆର୍‌ଏସ୍‌ଏସ୍‌ ଅଗ୍ନିବୀରଙ୍କୁ ବ୍ୟବହାର କରିବ ବୋଲି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ ଡି କୁମାରସ୍ୱାମୀ ଅଭିଯୋଗ କରିଛନ୍ତି।
କୁମାରସ୍ୱାମୀ ଏହି ଯୋଜନାକୁ ଆର୍‌ଏସ୍‌ଏସ୍‌ର ଅଗ୍ନିପଥ ବୋଲି କହି ମନେ ପକାଇଛନ୍ତି ଯେ, ଜର୍ମାନୀରେ ହିଟଲରଙ୍କ ନାଜି ଶାସନ କାଳରେ ଆର୍‌ଏସ୍‌ଏସ୍‌ ପ୍ରତିଷ୍ଠା କରାଯାଇଥିଲା। ବୋଧହୁଏ ସେମାନେ (ଆର୍‌ଏସ୍‌ଏସ୍‌) ଆମ ଦେଶରେ ସେହି (ନାଜି) ଲାଗୁ କରିବାକୁ ଚାହାଁନ୍ତି, ଯେଉଁଥିପାଇଁ ସେମାନେ ଅଗ୍ନିପଥ ବ‌ା ଅଗ୍ନିବୀର ସୃଷ୍ଟି କରିଛନ୍ତି ବୋଲି କୁମାରସ୍ବାମୀ କହିଛନ୍ତି। ସେନାରେ ଯେଉଁ ୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦିଆଯିବ ସେମାନେ ଆରଏସଏସର ହୋଇପାରନ୍ତି। ଚାକିରି ସମୟରେ ଏବଂ ଚାକିରିରୁ ଆସିବା ପରେ ସେମାନେ ଆରଏସଏସ ପାଇଁ କାମ କରିବେ ବୋଲି କୁମାରସ୍ବାମୀ ଅଭିଯୋଗ କରିଛନ୍ତି। ତେବେ ବିଜେପିର ଶେହଜାଦ ପୁନାୱାଲା ଏଭଳି ମନ୍ତବ୍ୟ ପାଇଁ କୁମାରସ୍ୱାମୀଙ୍କୁ ନିନ୍ଦା କରିବା ସହ ସଶସ୍ତ୍ର ବାହିନୀକୁ ସିଧାସଳଖ ଅପମାନ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର