ଭାରତୀୟ ସେନାରେ ମହିଳା ଅଗ୍ନିବୀର ଭର୍ତ୍ତି ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଆଗ୍ରହୀ ଥିବା ମହିଳାଙ୍କ ସକାଶେ ଏକ ବଡ଼ ଖବର। ଅଗ୍ନିପଥ ଯୋଜନା ମାଧ୍ୟମରେ ମହିଳା ଅଗ୍ନିବୀରମାନଙ୍କ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭାରତୀୟ ସେନାରେ ସାମିଲ୍‌ ହେବା ପାଇଁ ଆଗ୍ରହୀ ଥିବା ସମସ୍ତ ମହିଳା ଆଶାୟୀ ଭାରତୀୟ ସେନା ରାଲିରେ ଭାଗ ନେବା ପାଇଁ ଅଫିସିଆଲ୍ ୱେବ୍‌ସାଇଟ୍‌  joinindianarmy.nic.in  ରେ ଯାଇ ଆବେଦନ ଫର୍ମ ଭରିପାରିବେ।

ସେନାରେ ଯେଉଁ ମହିଳା ଭର୍ତ୍ତି ହେବାକୁ ଚାହାନ୍ତି ସେମାନଙ୍କ ସକାଶେ ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟମ୍ବର ୭। ଭାରତୀୟ ସେନାର ଭର୍ତ୍ତି ପାଇଁ ରାଲିର ଆୟୋଜନ ୨୦୨୨ ମସିହା ନଭେମ୍ବର ୩୦ରୁ ଡିସେମ୍ବର ୧୦ ମଧ୍ୟରେ ହେବ।

ସେନାରେ ଭର୍ତ୍ତି କରୁଥିବା ବୋର୍ଡ ଦ୍ବାରା ଲକ୍ଷ୍ନୌରେ ମହିଳାମାନଙ୍କ ପାଇଁ ଅଗ୍ନିବୀରରେ ଭର୍ତ୍ତି ରାଲି ପାଇଁ ନୋଟିଫିକେସନ୍‌ ଜାରି କରାଯାଇଛି। ଭାରତୀୟ ସେନା ଅଗ୍ନିବୀର ଜେନେରାଲ୍‌ ଡ୍ୟୁଟି ପଦବୀ ପାଇଁ ଆବେଦନ କରିବାକୁ ଆବେଦନକାରୀଙ୍କର ଶିକ୍ଷାଗତ ଯୋଗ୍ୟତ‌ା‌ କୌଣସି ବି ସ୍ବୀକୃତିପ୍ରାପ୍ତ ବୋର୍ଡରୁ ୪୫ ପ୍ରତିଶତ ମାର୍କ ରଖି ମାଟ୍ରିକ୍‌ ପାସ୍‌ କରିଥିବା ଜରୁରୀ। ଏଥିପାଇଁ ଆବେଦନକାରୀଙ୍କ ବୟସ ସୀମା ୧୭.୫ରୁ ୨୩ ବର୍ଷ ମଧ୍ୟରେ ହେବା ଆବଶ୍ୟକ।

ରାଲି ଜରିଆରେ ଆଶାୟୀଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ୧.୬ କିଲୋମିଟର୍‌ ଦୌଡ଼ିବାକୁ ପଡ଼ିବ। ୧୦ ଫୁଟ୍‌ ଲଙ୍ଗ୍‌ ଜମ୍ପ୍‌ ଓ ୩ ଫୁଟ୍‌ ହାଇ ଜମ୍ପ୍‌ କରିବାକୁ ହେବ। ଏହି ସବୁ ଥିରେ ଉତ୍ତୀର୍ଣ୍ଣ ହେବା ପରେ ଯାଇ ସେନାରେ ଭର୍ତ୍ତି ହେବାର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର