୨୪ରୁ ବାୟୁସେନାରେ ‘ଅଗ୍ନିବୀର’ ନିଯୁକ୍ତି ଆରମ୍ଭ

ଡିସେମ୍ବରରୁ ସ୍ଥଳସେନାରେ ତାଲିମ ଯୋଜନା, ସପ୍ତାହକ ମଧ୍ୟରେ ନୌସେନା ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ : ‘ଅଗ୍ନିପଥ’ ଯୋଜନା ଅଧୀନରେ ଭାରତୀୟ ବାୟୁସେନା ପ୍ରଥମେ ନିଯୁକ୍ତି ଦେବ। ଆସନ୍ତା ଜୁନ୍‌ ୨୪ରୁ ବାୟୁସେନାରେ ‘ଅଗ୍ନିବୀର’ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଏ ବାବଦରେ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି ବାୟୁସେନା ମୁଖ୍ୟ ମାର୍ସାଲ ଭିଆର୍‌ ଚୌଧାରୀ କହିଛନ୍ତି, ଅଗ୍ନିପଥ ଯୋଜନା ଅଧୀନରେ ବୟସ ସୀମା ୨୩କୁ ବୃଦ୍ଧି ପାଇଛି ଏବଂ ଏହି ଯୁଗାନ୍ତକାରୀ ନିଯୁକ୍ତି ଯୋଜନା ବୈପ୍ଳବିକ ପରିବର୍ତ୍ତନ ଆଣିବ। ଏହା ଯୁବଗୋଷ୍ଠୀଙ୍କୁ ଉପକୃତ କରିବା ସହ ସେମାନଙ୍କ ସୁଦୃଢ଼ ଭବିଷ୍ୟତ ପାଇଁ ରାସ୍ତା ଖୋଲିଦେବ। ଭାରତୀୟ ବାୟୁସେନାରେ ଏହି ଯୋଜନା ଅଧୀନରେ ନିଯୁକ୍ତି ଜୁନ୍‌ ୨୪ରୁ ଆରମ୍ଭ ହେବ। ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଓ ହିଂସା ବଢ଼ିଥିବାବେଳେ ବାୟୁସେନା ମୁଖ୍ୟ ଆଜି ଏହି ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, କରୋନା ପାଇଁ ସେନାରେ ନିଯୁକ୍ତି ଗତ ୨ ବର୍ଷ ହେବ ବନ୍ଦ ଥିଲା। ୨୦୧୯ -୨୦୨୦ରେ ଭାରତୀୟ ସ୍ଥଳ ସେନାରେ ଯବାନଙ୍କୁ ନିଯୁକ୍ତି ମିଳିଥିଲା କିନ୍ତୁ ଏହା ପରଠାରୁ କୌଣସି ନୂଆ ନିଯୁକ୍ତି ହୋଇନି।

ଡିସେମ୍ବରରୁ ସ୍ଥଳସେନାରେ ତାଲିମ ଯୋଜନା, ସପ୍ତାହକ ମଧ୍ୟରେ ନୌସେନା ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ : ‘ଅଗ୍ନିପଥ’ ‌ଯୋଜନାକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଓ ହିଂସା ବଢ଼ିଥିବା ବେଳେ ଏହି ଯୋଜନାକୁ ଯଥାସମ୍ଭବ ତ୍ବରାନ୍ବିତ କରିବା ସେନା ବାହିନୀରେ ତତ୍ପରତା ଦେଖିବାକୁ ମିଳିଛି। ସେନାମୁଖ୍ୟ ଜେନେ‌ରାଲ୍‌ ମନୋଜ ପାଣ୍ଡେ ଶୁକ୍ରବାର ଏନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ‘ଅଗ୍ନିପଥ’ ଯୋଜନାରେ ଅଗ୍ନିବୀରଙ୍କୁ ତାଲିମ ପ୍ରକ୍ରିୟା ଆଗାମୀ ଡିସେମ୍ବରରୁ ଆରମ୍ଭ ହେବ। ଏ ନେଇ ସ୍ଥଳସେନା ପକ୍ଷରୁ ଆଜି ଆନୁଷ୍ଠାନିକ ବିବୃତ୍ତି ଜାରି ହୋଇଛି। ଅଗ୍ନିବୀରଙ୍କ ନିଯୁକ୍ତି ଓ ସକ୍ରିୟ ସେବା ୨୦୨୩ ମଧ୍ୟ ଭାଗରୁ ଆରମ୍ଭ ହେବ। ସେନାମୁଖ୍ୟ କହିଛନ୍ତି, ଖୁବ୍‌ ଶୀଘ୍ର ନିଯୁକ୍ତି ପ୍ରକ୍ରିୟ‌ା‌ ଆରମ୍ଭ ହେବ ଏବଂ ଆସନ୍ତା ୨ ଦିନ ମଧ୍ୟରେ ଏକ ବିଜ୍ଞପ୍ତି ଜାରି ହେବ। ସେହିଭଳି ନୌସେନାରେ ମଧ୍ୟ ସପ୍ତାହକ ଧ୍ୟରେ ବିଜ୍ଞପ୍ତି ଜାରି ହେବ ବୋଲି କୁହାଯାଇଛି । ସେନା ନିଯୁକ୍ତି ଅନୁଷ୍ଠାନ ପକ୍ଷରୁ ପଂଜୀକରଣ ନେଇ ବିସ୍ତୃତ ସୂଚନା ଦିଆ‌ଯିବ। କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଅଧୀନରେ ବୟସ ସୀମା ୨୩ କୁ ବୃଦ୍ଧି କରିବାପରେ ସେନାମୁଖ୍ୟ ମନୋଜ ପାଣ୍ଡେ ଏହାର ପ୍ରଶଂସା କରିଛନ୍ତି ଏବଂ ଯୁବ‌ଗୋଷ୍ଠୀ ଏହି ଯୋଜନାର ଫାଇଦା ନେବାକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର