ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାର ଜଣେ ୨୪ ବର୍ଷ ବୟସ୍କ ବ୍ୟକ୍ତି ଏକ ଅଜବ ଦାବି କରିଛନ୍ତି।

Advertisment

ପୀଡ଼ିତ ରୁପକିଶୋର ଓରଫ ହାପି ଦାବି କରି କହିଛନ୍ତି, ‘ଜମି ବିବାଦ ହେତୁ ଚାରି ଜଣ ଲୋକ ଅଙ୍କିତ, ଗୌରବ, କରଣ ଓ ଆକାଶ ମୋତେ ଘରୁ ଡାକି ଆଣି ମାଡ଼ ମାରିଥିଲେ। ଏମାନଙ୍କ ମାଡ଼ରେ ମୁଁ ଅଚେତ ହୋଇପଡ଼ିଥିଲି। ଯାହାଫଳରେ ଅଙ୍କିତ, ଗୌରବ, କରଣ ଓ ଆକାଶ ମୋ‌ତେ ମୃତ ଭାବି ଆଗ୍ରାର ଅର୍ଟୋନି ଅଞ୍ଚଳସ୍ଥ  କ୍ଷେତରେ ଜୀବନ୍ତ ପୋତି ଦେଇଥିଲେ। ପରେ ବାରବୁଲା କୁକୁରମାନେ ସେଠାରେ ଖେଳୁଥିବା ବେଳେ ମୋ ଉପରେ ପଡ଼ିଥିବା ମାଟିକୁ ତାଡ଼ିଥିଲେ। ଏହି ସମୟରେ ଶରୀରକୁ କୁକୁରମାନେ ରାମ୍ପୁଡ଼ୁ ଥିବା ବେଳେ ମୋ ‌ଚେତା ଫେରିଥିଲା।

ବହୁ କଷ୍ଟରେ ମାଟି ଭିତରୁ ବାହାରି ସ୍ଥାନୀୟଲୋକଙ୍କ ପାଖକୁ ଯାଇ ଘଟଣା ବିଷୟରେ କହିଥିଲି। ଏହାପରେ ‌ସେମାନେ ମୋତେ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ପୁଲିସର ସୂଚନାନୁସାରେ, ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି ଏବଂ ଚାରି ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି। ଗିରଫଦାରୀକୁ ଏଡାଇବା ପାଇଁ ଅଭିଯୁକ୍ତମାନେ ଫେରାର ଅଛନ୍ତି।