ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଏସିଡ୍ ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଥିବା ରୁକୈୟାଙ୍କୁ ଦଶନ୍ଧି ପରେ ତାଙ୍କ କ୍ଷତିପୂରଣ ମିଳିବ।
ସୂଚନାଯୋଗ୍ୟ, ୨୦୦୨ମସିହାରେ ରୁକୈୟାଙ୍କୁ ୧୪ବର୍ଷ ହୋଇଥିବା ବେଳେ ତାଙ୍କ ବଡ଼ ଭଉଣୀଙ୍କ ଦିଅର ଏସିଡ୍ ଆକ୍ରମଣ କରିଥିଲା। ଏହି ମାଡ଼ରେ ରୁକୈୟାଙ୍କ ମୁହଁ ଏବଂ ଶରୀର ପୋଡ଼ି ଯାଇଥିଲା। ପୁଲିସରେ ଅଭିଯୋଗ କଲେ କାଳେ ବଡ଼ ଭଉଣୀଙ୍କ ପରିବାର ଭାଙ୍ଗିଯିବ ସେଥିପାଇଁ ରୁକୈୟାଙ୍କ ପରିବାର ସବୁ ସହି ଯାଇ ଚୁପ ରହିଥିଲେ।
ମନକୁ ଦୃଢ଼ କରି ୨୦୧୪ମସିହାରେ ରୁକୈୟା ସେରୋଜ ହ୍ୟାଙ୍ଗଆଉଟ୍ କାଫେରେ ଯୋଗ ଦେଇ ନୂଆ କରି ତାଙ୍କ ଜୀବନ ଆରମ୍ଭ କରିଥିଲେ । ଡିସେମ୍ବର ୨୦୨୨ରେ ହ୍ୟାଙ୍ଗଆଉଟ୍ କାଫେରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଏଡିଜି ରାଜୀବ କୃଷ୍ଣ ଶିରୋଜ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ରୁକୈୟା ତାଙ୍କ ସହିତ ଘଟିଥିବା ସେ ଲୋମଟାଙ୍କୁରା ଘଟଣା ବିଷୟରେ ଜଣାଇଥିଲେ। ପୁଲିସ କମିଶନର ଡକ୍ଟର ପ୍ରୀତିନ୍ଦର ସିଂହଙ୍କ ନିର୍ଦ୍ଦେଶରେ, ଅଭିଯୁକ୍ତ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ମାମଲା ରୁଜୁ ପରେ ଅଭିଯୁକ୍ତକୁ ଜେଲ ହୋଇଯାଇଥିଲା।
ଏହାପରେ ରୁକୈୟା ସମାଜସେବୀ ନରେଶ ପାରସଙ୍କ ସହାୟତାରେ ଆଇନଗତ ଲଢ଼େଇ ଲଢ଼ିଥିଲେ। ଚଳିତ ବର୍ଷ ଏପ୍ରିଲରେ ନରେଶ ପାରସ ଓକିଲ ପିସି ପାଲଙ୍କ ମାଧ୍ୟମରେ ହାଇକୋର୍ଟରେ ରୁକୈୟାଙ୍କ ପ୍ରତିନିଧିତ୍ୱ କରିଥିଲେ। ନରେଶ କହିଥିଲେ,‘ ଯେ ଏସିଡ୍ ଆକ୍ରମଣ ପୀଡିତାଙ୍କ କ୍ଷତିପୂରଣ ସମ୍ପର୍କରେ ଆଲିଗଡ଼ ଡିଏମ୍ ଅଫିସରେ ଆବେଦନ ପ୍ରକ୍ରିୟା ସମାପ୍ତ ହୋଇଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/31/new-projereyct-ery-2025-07-31-20-01-09.jpg)