ନୂଆଦିଲ୍ଲୀ: ପ୍ରୟାଗରାଜରେ ମହାକୁମ୍ଭ ମେଳାର ଏକ ବଡ଼ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ କୋଟି କୋଟି ଭକ୍ତ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ମହାକୁମ୍ଭ ମେଳା ପୂର୍ବରୁ ଉତ୍ତରପ୍ରଦେଶର ଆଗ୍ରାରେ ଏକ ଦମ୍ପତି ନିଜ ଝିଅକୁ ଦାନ କରିଛନ୍ତି। ଉକ୍ତ ଝିଅଙ୍କ ବୟସ ମାତ୍ର ୧୩ବର୍ଷ। ଜୀବିତ ଥିବା ଅବସ୍ଥାରେ ୧୩ବର୍ଷ ଝିଅଙ୍କ ପିଣ୍ଡଦାନ କରାଯିବ। ତା’ପରେ ବାଳିକା ସାଧ୍ବୀ ହୋଇଯିବେ।
ଅଧିକପଢ଼ନ୍ତୁ:ଆକାଶରୁ ପଡ଼ିଲା ସୁନେଲି ରଙ୍ଗର ପଥର: ଗ୍ରାମବାସୀ ଭୟଭୀତ
ଆଗ୍ରାସ୍ଥିତ ପୁଲିସ ଷ୍ଟେସନର ବମରୌଲି କାଟାରା ଅଞ୍ଚଳର ତରକପୁର ଗାଁର ବାସିନ୍ଦା ସନ୍ଦୀପ ସିଂ ଜଣେ ବ୍ୟବସାୟୀ। ତାଙ୍କ ପତ୍ନୀ ରେମା ଜଣେ ଗୃହିଣୀ। ଉଭୟଙ୍କର ଦୁଇ ଝିଅ ରାକ୍ଷୀ ଏବଂ ନିକ୍କି ଅଛନ୍ତି। ରାକ୍ଷୀ ହେଉଛନ୍ତି ବଡ ଝିଅ। ଯାହାଙ୍କ ବୟସ ୧୩ ବର୍ଷ ରହିଛି। ରାକ୍ଷୀଙ୍କୁ ତାଙ୍କ ବାପା ଓ ମା’ ଜୁନା ଆଖଡ଼ାକୁ ଦାନ କରି ଦେଇଛନ୍ତି।
ରାକ୍ଷୀଙ୍କ ମା’ ରିମାଙ୍କ କହିବା ଅନୁଯାୟୀ,‘ ମୁଁ ପ୍ରାୟ ଚାରି ବର୍ଷ ଧରି ଗୁରୁଙ୍କ ସେବା କରିଆସୁଛି। କୌଶଳ ଗିରି ଆମ ଅଞ୍ଚଳରେ ଭାଗବତ କଥାର ଆୟୋଜନ କରିଥିଲେ, ସେହି ଦିନଠାରୁ ମୋ ମନରେ ଭକ୍ତି ଜାଗ୍ରତ ହୋଇଥିଲା। ଡିସେମ୍ବର ୨ ତାରିଖରେ ପରିବାର ସହିତ ମୋ ଦୁଇ ଝିଅଙ୍କୁ ଧରି ମହାକୁମ୍ଭ ମେଳା ଅଞ୍ଚଳକୁ ଯାଇ ଗୁରୁଙ୍କ ସହ ଶିବିର ସେବାରେ ନିୟୋଜିତ ହୋଇଥିଲି। ଏଠାରେ ରାକ୍ଷୀ ସ୍ବାଧୀ ହେବା ନେଇ ଇଚ୍ଛା ପ୍ରକାଶ କରିଥିଲେ। ରାକ୍ଷୀଙ୍କ ଇଚ୍ଛାକୁ ସମ୍ମାନ ଦେଇ କୌଶଳ ଗିରିଙ୍କ ମାଧ୍ୟମରେ ସେକ୍ଟର ୨୦ ଶିବିରରେ ତାକୁ ପ୍ରବେଶ କରାଯାଇଥିଲା।
ଅଧିକପଢ଼ନ୍ତୁ:ପତ୍ନୀଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏଭଳି ପୋଷ୍ଟ କଲେ ୟୁଜି
ଗଙ୍ଗାରେ ସ୍ନାନ କରିବା ପରେ ଗୁରୁଗ୍ରାମ (ହରିୟାଣା) ରୁ ଆସିଥିବା ଜୁନା ଆଖଡ଼ାର ସନ୍ଥ କୌଶଲ ଗିରି ବୈଦିକ ମନ୍ତ୍ର ଜପ କରି ରାକ୍ଷୀଙ୍କୁ ଶିବିରରେ ପ୍ରବେଶ କରିଥିଲେ। ବର୍ତ୍ତମାନ ରାକ୍ଷୀଙ୍କ ନାମ ‘ଗୌରୀ’ ରଖାଯାଇଛି।
ଜାନୁଆରି ୧୯ ତାରିଖରେ ଶିବିରରେ ଗୌରୀଙ୍କ ପିଣ୍ଡ ଦାନ ହେବ। ସମସ୍ତ ଧାର୍ମିକ ରୀତିନୀତି ପାଳନ କରାଯିବାପରେ ରାକ୍ଷୀ ଗୁରୁଙ୍କ ପରିବାରର ଏକ ଅଂଶ ହୋଇଯିବେ। ତାଙ୍କ ମୂଳ ପରିବାର ଠାରୁ ଅଲଗା ହୋଇଯିବେ।