‘ଆଗ୍ରା ଏକ୍ସପ୍ରେସ େଓ୍ଵ’ର ସ୍ଥିରୀକୃତ ଅଞ୍ଚଳରେ ଯାତାୟତ ବନ୍ଦ : ଅଭ୍ୟାସ କରିବ ବାୟୁସେନା ଯୁଦ୍ଧ ବିମାନ

ମିରେଜ ୨୦୦୦, ଜାଗୁଆର, ସୁଖୋଇ ୩୦  ସାମିଲ୍‌ 

ଲକ୍ଷ୍ନୌ: ଉତ୍ତରପ୍ରଦେଶର ‘ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ େଓ୍ଵ’ର କିଛି ସ୍ଥାନରେ ଅକ୍ଟୋବର ୨୦ରୁ ୨୪ ପର୍ଯ୍ୟନ୍ତ ଯାତାୟତ ବନ୍ଦ କରି ଦିଆଯାଇଛି।  ଆଗ୍ରା ଏକ୍ସପ୍ରେସ େଓ୍ଵରେ ବାୟୁସେନାର ବିମାନ ଅବତରଣ କରିବ। ଏଥି ପାଇଁ ବାୟୁସେନା ପକ୍ଷରୁ ଅକ୍ଟୋବର ୨୦ରୁ ୨୪ ପର୍ଯ୍ୟନ୍ତ ଅଭ୍ୟାସ କରିବ। ଏହାକୁ ଦୃଷ୍ଟିରେ ରଖି ଏହାର କିଛି ଅଂଶକୁ ବନ୍ଦ ରଖାଯାଇଛି।

ଗତ ବର୍ଷ ମଧ୍ୟ ଏଭଳି ଅଭ୍ୟାସ ହୋଇଥିଲା କିନ୍ତୁ  ବର୍ତ୍ତମାନ ପରିବହନ ବିମାନ(ଏଏନ ୩୨) ସହିତ ଯୁଦ୍ଧ ବିମାନ ମଧ୍ୟ ଉଡାଣ ଓ ଅବତରଣ କରିବେ।  ଏଥର ବାୟୁସେନାର ୨୦ଟି ବିମାନ ଓହ୍ଲାଇବ ଓ ଉଡ଼ିବ ବୋଲି ଜଣାପଡ଼ିଛି।

ପ୍ରତିରକ୍ଷା ମନ୍ତ୍ରାଳୟ(ସେଣ୍ଟ୍ରାଲ କମାଣ୍ଡ)ର ଲୋକସମ୍ପର୍କ ଅଧିକାରୀ ଗାର୍ଗୀ ମଲିକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଭାରତୀୟ ବାୟୁସେନା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ େଓ୍ଵ ଉନ୍ନାବ ଜିଲ୍ଲା ନିକଟରେ ଅବତରଣ ଓ ଉଡ଼ାଣ ପାଇଁ ଅଭ୍ୟାସ କରିବେ। ଏହି ଅଭ୍ୟାସରେ ଭାରତୀୟ ବାୟୁସେନାର ୨୦ଟି ବିମାନ ଭାଗ ନେବେ। ଏଥିରେ ମିରେଜ ୨୦୦୦, ଜାଗୁଆର, ସୁଖୋଇ ୩୦ ଓ ଏଏନ୍‌-୩୨ ପରିବହନ ବିମାନ ସାମିଲ ରହିଛି।

ସମ୍ବନ୍ଧିତ ଖବର