ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଗ୍ରାଠାରେ ଥିବା ପାରସ ହସ୍ପିଟାଲରେ ହୋଇଥିବା ଅମ୍ଳଜାନ କାଣ୍ଡକୁ ନେଇ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀ ପାରସ ହସ୍ପିଟାଲର ଏକ ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ପୁଲିସ ହସ୍ପିଟାଲକୁ ସିଲ୍ କରିଛି । ଏହାସହ ହସ୍ପିଟାଲ ପରିଚାଳକଙ୍କ ଉପରେ ମହାମାରୀ ଆଇନ ମୁତାବକ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।
/sambad/media/post_attachments/wp-content/uploads/2021/06/t-39.jpg)
ସୂଚନା ମୁତାବକ, ଶ୍ରୀ ପାରସ ହସ୍ପିଟାଲର ଏକ ଭିଡିଓ ଭାଇରାଲ ହୋଇଥିଲା । ସେହି ଭିଡିଓରେ ଅମ୍ଳଜାନ ସଂକଟ ଭିତରେ ମକଡ୍ରିଲ କରାଯିବା କଥା କୁହାଯାଉଛି । ଏହି ମକଡ୍ରିଲ ବେଳେ ୫ ମିନିଟରେ ୨୨ ଜଣ ରୋଗୀଙ୍କର ଜୀବନ ଯାଇଥିଲା । ଏହି ଭିଡିଓରେ ଡାକ୍ତର ଅରିଞ୍ଜୟ ଜୈନଙ୍କ ମୁହଁ ଦେଖାଯାଉନଥିଲେ ମଧ୍ୟ ସେ କିଛି ଜଣକୁ କହୁଛନ୍ତି ଯେ, ସେ ସମୟରେ ରାଜ୍ୟରେ ଅମ୍ଳଜାନର ଅଭାବ ଥିଲା | ଡାକ୍ତରଖାନାରେ ଅମ୍ଳଜାନ ନଥିବାରୁ ଆମେ ରୋଗୀଙ୍କୁ ଡିସଚାର୍ଜ କରିବାକୁ କହିଥିଲୁ | କିନ୍ତୁ ସେମାନେ ଆମ କଥା ଶୁଣିନଥିଲେ | ସେଥି ପାଇଁ ଆମେ ଅମ୍ଳଜାନ ଯୋଗାଣ ୫ମିନିଟ ପାଇଁ ବନ୍ଦ କରି କିଏ ବଞ୍ଚୁଛି ଏବଂ କିଏ ମରୁଛି ଦେଖିବାକୁ ନିଷ୍ପତ୍ତି ନେଲୁ | ସେଦିନ ଆମେ ସକାଳ ୭ଟାରେ ମରିବାର ଅଧିକ ଆଶଙ୍କା ଥିବା ୨୨ଜଣଙ୍କୁ ବାଛି ସେମାନଙ୍କୁ ଦିଆଯାଉଥିବା ଅମ୍ଳଜାନ ବନ୍ଦ କରିଥିଲୁ | ଅମ୍ଳଜାନ ଯୋଗାଣ ୫ମିନିଟ ପାଇଁ ବନ୍ଦ କରିଦେବାରୁ ୨୨ଜଣ କରୋନା ରୋଗୀ ଅମ୍ଳଜାନ ଅଭାବରୁ ନୀଳ ପଡିଯାଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଥିଲା | ସେଦିନ ଅମ୍ଳଜାନର ଅଭାବ ମଧ୍ୟ ଥିଲା |