ଆଗ୍ରା: ଯେଉଁ କାନ୍ଧ‌ରେ ବସାଇ ଭାଇକୁ ଜନ୍ମଦିନରେ ନଚାଇଥିଲୁ, ଆଜି ସେଇ କାନ୍ଧ ତାକୁ ମଶାଣି ନେବ। ଆଖି ଭିତରେ ଜକେଇ ଆସୁଥିବା ଲୁହକୁ ଚାପି ରଖି ଏଭଳି କହିଛନ୍ତି ସହିଦ ଯବାନଙ୍କ ଭାଇ। ବୁଧବାର ସକାଳ ସମୟରେ ଜମ୍ମୁ-କଶ୍ମୀରର ରଜୌରୀରେ ଆତଙ୍କବାଦୀଙ୍କ ସହ ଗୁଳିଚାଳନା ଚାଲିଥିବା ବେଳେ ୨କ୍ୟାପଟେନଙ୍କ ସମେତ ୪ଜଣ ଯବାନ ସହିଦ୍ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ କ୍ୟାପଟେନ ଶୁଭମ ଗୁପ୍ତା। ଆତଙ୍କବାଦୀଙ୍କ ଗୁଳି‌ରେ ଆହତ ହେବା ପରେ ଶୁଭମଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

ଶୁଭମଙ୍କ ଭାଇଙ୍କ କହିବା ମୁତାବକ, ଅକ୍ଟୋବର ୯ରେ ମୋ ଭାଇର ଜନ୍ମଦିନ ଥିଲା। ସେଥିପାଇଁ ସେ ଘରକୁ ଆସିଥିଲା। ତା’ର ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ଆମେ ହୋଟେଲରେ ଭୋଜି ଦେଇଥିଲୁ। କେକ୍ କାଟିବା ସହ 'ତୁମ ଜିଓ ହଜାର ସାଲ୍...' ଗୀତରେ ନାଚିଥିଲୁ। ମୁଁ ଏବଂ ତା’ର ସାଙ୍ଗମାନେ ତାକୁ କାନ୍ଧରେ ବସାଇ ଖୁସିରେ ଆମେ ତା’ର ଜନ୍ମଦିନ ପାଳିଥିଲୁ। ହେଲେ କିଛି ଦିନ ଭିତରେ ଯେ ସେହି କାନ୍ଧରେ ତାକୁ ମଶାଣି ନେବାକୁ ହେବ, ତାହା ଆମକୁ ଜଣାନଥିଲା। ଦୁଇ ଦିନ ତଳେ ଫୋନ କରି ଘରକୁ ଯିବି ବୋଲି କହିଥିଲା। ବାପାଙ୍କୁ ଫୋନ କରି କହିଥିଲା, ‌ଗୋଟିଏ କାମ ଅଛି, ତାକୁ ଶେଷ କରି ଶୀଘ୍ର ଘରକୁ ଯିବି। ହେଲେ ଏଭଳି ସେ ଘରକୁ ଆସିବ ତାହା ଜଣାନଥିଲା। କିଛି ଘଣ୍ଟା ଭିତରେ ଆମର ଜୀବନ ବଦଳିଯାଇଛି। ହେଲେ ଶୁଭମ ପାଇଁ ଆମେ ଗର୍ବିତ।