ନୂଆଦିଲ୍ଲୀ:ଆଗ୍ରାଠାରେ ସମାଜବାଦୀ ପାର୍ଟିର ଜଣେ ନେତ୍ରୀଙ୍କ ବିରୋଧରେ ସ୍ବାମୀ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସ୍ୱାମୀଙ୍କ ଅଭିଯୋଗକୁ କେନ୍ଦ୍ର କରି ପୁଲସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Advertisment

ସୂଚନାଯୋଗ୍ୟ, ଶାହଗଞ୍ଜର ବାସିନ୍ଦା ଜୁହି ସ୍ବାମୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଜୁହିଙ୍କ ସ୍ୱାମୀ ଯୋଗେନ୍ଦ୍ର ଅଭିଯୋଗ କରି କହିଛନ୍ତି,‘ଜୁହି ପ୍ରକାଶଙ୍କୁ ମୁଁ ସୋସିଆଲ ମିଡିଆ ଜରିଆରେ ଭେଟିଥିଲି। ଅନେକଦିନ ଧରି ଆମ ଦୁ‌ହିଁଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା। ଶେଷରେ ଜୁହିଙ୍କୁ ବିବାହ କରି ସାଥୀ ହୋଇ ବାଟ ଚାଲିବା ପାଇଁ ସ୍ଥିର କରିଥିଲି। ଜୁହି ବି ଏ ପ୍ରସ୍ତାବରରେ ରାଜି ହୋଇଯାଇଥିଲ। କିଛିଦିନ ପରେ ମୋତେ ଜୁହିଁଙ୍କ ସ୍ବଭାବ ଭଲ ଲାଗି ନଥିଲା। ତେଣୁ ମୁଁ ତାଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲି। ସେ କିନ୍ତୁ କ୍ରମାଗତ ଭାବେ ମୋ ଉପରେ ବିବାହ ପାଇଁ ଚାପ ପକାଇ ଚାଲିଥିଲେ। ବିବାହ ପାଇଁ ମୁଁ ଯଦି ରାଜି ନହେଲି ସେ ମୋତେ ମିଥ୍ୟା ଅଭିଯୋଗରେ ଫସାଇ ଦେବେ ବୋଲି ବି କହିଥିଲେ। ଏମିତି କି ୨୦୨୩ରେ ମେୟର ନିର୍ବାଚନ ଲଢ଼ିବା ପାଇଁ ମୋତେ ଧମକ ଦେଇ ମୋରଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।

୨୦୨୪ ଜୁନ ମାସରେ ଆର୍ଯ ସମାଜ ମନ୍ଦିରରେ ଇଚ୍ଛା ନଥିବା ସତ୍ତ୍ବେ ପରିବାର ଇଜ୍ଜତ ପାଇଁ ମୁଁ ତାଙ୍କୁ ବିବାହ କରିଥିଲି। ବିବାହର କିଛିଦିନ ପରେ ସେ ମୋତେ ମାଡ଼ ମାରିବା ସହିତ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ଏମିତି କି ଅନେକ ସମୟରେ ମୋତେ ଘର ଭିତରକୁ ପଶିବାକୁ ବି ଦିଅନ୍ତି ନାହିଁ। ଅନେକ ସମୟରେ ବାହାରେ ରହି ଦିନ କାଟିଛି। ଏମିତି କି ସେ ମୋତେ ଏକ କାଚ ବୋତଲରେ ମାଡ଼ ମାରି ଜୀବନ ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ସୌଭାଗ୍ୟବଶତଃ ମୁଁ ସେଠାରୁ ଖସି ଚାଲି ଆସିଥିଲି।’

ସ୍ୱାମୀ ଯୋଗେନ୍ଦ୍ରଙ୍କ ଏହି ଅଭିଯୋଗ ପରେ ସିକନ୍ଦର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ଯେଉଁଥିରେ ଅନେକ ଧାରା ଲାଗୁ କରାଯାଇଛି। ଏହାକି ସପା ନେତ୍ରୀଙ୍କୁ ଅସୁବିଧାରେ ପକାଇ ପାରେ ବୋଲି କୁହାଯାଉଛି।

ଅଧିକପଢ଼ନ୍ତୁ: ଟ୍ରେନ୍‌କୁ ଓଲଟାଇବା ଷଡ଼ଯନ୍ତ୍ର ପଣ୍ଡ: ଟ୍ରାକରେ ପୁଣି ସିଲିଣ୍ଡର