ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାଠାରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ଶିକ୍ଷୟିତ୍ରୀଙ୍କୁ ତାଙ୍କ ଝିଅର ଏକ ସେକ୍ସ ଭିଡିଓ ଭାଇରାଲ୍ ହୋଇଛି ବୋଲି ମିଛ କଲ୍ ମିଳିବା ପରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଛି।
ପୀଡିତା ମାଳତୀ ବର୍ମା ସେପ୍ଟେମ୍ବର ୩୦ ତାରିଖରେ ନିଜକୁ ପୁଲିସ୍ ଅଧିକାରୀ ବୋଲି କହୁଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ଏକ କଲ୍ ପାଇଲେ। ବ୍ୟକ୍ତି ଜଣକ ମାଳତୀଙ୍କୁ କହିଥିଲେ କି ତାଙ୍କ ଝିଅର ସେକ୍ସ ଭିଡିଓ ଭାଇରାଲ୍ ହେବା ପରେ ତାଙ୍କୁ ଗିରଫ କରାଯାଇଛି।
ବାସ୍ତବରେ କଲ୍ କରିଥିବା ବ୍ୟକ୍ତି ଜଣକ ବ୍ଲାକ୍ମେଲ୍ କରିବା ପାଇଁ ଏମିତି ମିଛ କହିଥିଲେ। ଯଦି ସେ ୧ ଲକ୍ଷ ଟଙ୍କା ନଦିଅନ୍ତି ତେବେ ସେ ଭିଡିଓ ପ୍ରଘଟ କରିଦେଲେ ବୋଲି ମାଳତୀଙ୍କୁ ଧମକ ଦେଇଥିଲେ।
ସେ ଉକ୍ତ ବ୍ୟକ୍ତିଙ୍କଠାରୁ କଲ ପାଇବା ପରେ ସେ ଭୟଭୀତ ହୋଇ ଯାଇଥିଲେ। ତା’ର କିଛି ସମୟ ପରେ ମାଳତୀ ଅସୁସ୍ଥ ଅନୁଭବ କରିଥିଲେ। ତା’ର କିଛି ସମୟ ପରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିଲା।
ତେବେ ଏହି ଘଟଣା ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ବ୍ୟାପକ ପ୍ରଭାବ ପକାଇଥିଲା। ସେ ଦିନ ପ୍ରାୟ ୪.୦୦ ସମୟରେ ସ୍କୁଲରୁ ଫେରିବା ପରେ ନିଜକୁ ଅସୁସ୍ଥ ଅନୁଭବ କରିବାକୁ ଲାଗିଲେ। ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ମୃତ ଘୋଷଣା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/WIZIaQdRTaaclBK9MZUX.jpg)