ଆଗ୍ରା: ମଙ୍ଗଳବାର ଦିନ ଲୋହମାଣ୍ଡି ରାଜା ମାଣ୍ଡି ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ରାନୀ ନାମକ ଜଣେ ୩୮ ବର୍ଷୀୟା ମହିଳାଙ୍କ ଉପରେ ଟ୍ରେନ୍ ମାଡ଼ିଯିବା ଘଟଣା ଆମେ ଜାଣନ୍ତି। ଏବେ ଏହାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ ଏହି ଆତ୍ମହତ୍ୟା ଉଦ୍ୟମ ପଛରେ ରାନୀଙ୍କ ପ୍ରେମିକଙ୍କ ହାତ ରହିଛି। ରାନୀ ତାଙ୍କ ଲିଭ୍-ଇନ୍-ପାର୍ଟନର୍ ସହ ଝଗଡ଼ା କରି ଏହି ଚରମ ପଦକ୍ଷେପ ଉଠାଇଥିଲେ।
ସୂଚନାରୁ ପ୍ରକାଶ ଯେ ରାନୀ କିଶୋର ନାମକ ତାଙ୍କ ଲିଭ-ଇନ୍ ପାର୍ଟନରଙ୍କ ସହ ତୀବ୍ର ଯୁକ୍ତିତର୍କ କରିଥିଲେ ଏବଂ ତାଙ୍କୁ ଭୟଭୀତ କରିବା ପାଇଁ ପରେ ରେଳ ଟ୍ରାକ୍ ଉପରକୁ ଡେଇଁପଡିଥିଲେ।
ଲିଭ-ଇନ୍ ପାର୍ଟନରଙ୍କ ମଦ୍ୟପାନ ଅଭ୍ୟାସକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ହେବା ପରେ ଯୁବତୀ ତାଙ୍କୁ ଆତ୍ମହତ୍ୟା ଧମକ ଦେଇ ରେଳ ଧାରଣାକୁ ପଳାଇଯାଇଥିଲେ।
ପ୍ରେମିକା ଉପରେ ଆଖି ସାମ୍ନାରେ ଟ୍ରେନ ମାଡ଼ିଯିବା ଦେଖି ଯୁବକ ଜଣକ କ’ଣ କରିବେ କିଛି ବୁଝି ପାରି ନଥିଲେ । ବିଚଳିତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ଯୁତବୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। ଘଟଣାର ପୁଲିସ ଯାଞ୍ଚ କରୁଛି। ଯାଞ୍ଚ ପରେ ଓ ଯୁବତୀଙ୍କ ବୟାନ ରେକର୍ଡ ପରେ ଘଟଣା କ’ଣ ହୋଇଛି ତାହା ସ୍ପଷ୍ଟ ଭାବେ ଜଣାପଡ଼ିବ।