ନୂଆଦିଲ୍ଲୀ : ଚୀନ୍ର ହାଇନାନ୍ ପ୍ରଦେଶରେ ଆରମ୍ଭ ହୋଇଥିବା କ୍ରାନ୍ତୀୟ କୃଷି ସମ୍ମିଳନୀରେ ଭାରତର ଏକମାତ୍ର ପ୍ରତିନିଧି ରୂପେ ଯୋଗ ଦେଇଛନ୍ତି ଜବାହରଲାଲ ନେହୁର ବିଶ୍ବବିଦ୍ୟାଳୟ (ଜେଏନୟୁ)ର ଓଡ଼ିଆ ଛାତ୍ର ଭାଗ୍ୟଧର ସେଠୀ । ଚାଇନିଜ୍ ଏକାଡେମି ଅଫ୍ ଟ୍ରପିକାଲ ଏଗ୍ରିକଲଚର ଦ୍ବାରା ଆୟୋଜିତ ଆନ୍ତର୍ଜାତୀକ ସମ୍ମିଳନୀରେ ଭାଗ୍ୟଧର ସେଠୀ କ୍ରାନ୍ତୀୟ କୃଷି ସମ୍ପର୍କିତ ଗବେଷଣା ପତ୍ର ଉପସ୍ଥାପନ କରିବା ସହ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ। ଉଲ୍ଲେଖଯୋଗ୍ୟ ଓଡ଼ିଶାର ଯାଜପୁର ଜିଲ୍ଲାର ରାମପେଇ ଗ୍ରାମର କୃଷକ ପରିବାରର ଭାଗ୍ୟଧର ସେଠୀ ଜେଏନ୍ୟୁରେ ପିଏଚଡି କରିବା ସହିତ ଏକାଧିକ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗଦେଇ କୃତ୍ତି ଅର୍ଜନ କରିଛନ୍ତି।
କ୍ରାନ୍ତୀୟ କୃଷି ସମ୍ମିଳନୀ: ଭାରତକୁ ପ୍ରତିନିଧିତ୍ବ କଲେ ଓଡ଼ିଆ ଛାତ୍ର ଭାଗ୍ୟଧର ସେଠୀ
/sambad/media/post_attachments/wp-content/uploads/2019/06/ag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)