ନୂଆଦିଲ୍ଲୀ : ଆରଏସଏସ୍ (ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ) ସହ ଅନୁବନ୍ଧିତ ବିକେଏସ୍ ( ଭାରତୀୟ କିଷାାନ ସଂଘ) ଆଜି କହିଛି କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର ନେଇ ଯେଉଁ ନିଷ୍ପତ୍ତି ନେଲେ ତାହା ଦ୍ବାରା କୃଷକମାନଙ୍କର କିଛି ଲାଭ ହେବନାହିଁ। ବିକେଏସ୍ ପକ୍ଷରୁ ଆଜି ଏକ ବିବୃତି ଜାରି କରି କୁହାଯାଇଛି, ଆଗକୁ କୌଣସି ପ୍ରକାର ବିବାଦକୁ ଏଡ଼ାଇବାପାଇଁ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ଠିକ୍ ଅଛି। କିନ୍ତୁ ଦୀର୍ଘ କାଳରେ ଏହା କୃଷକମାନଙ୍କର ମଙ୍ଗଳ କରିବ ନାହିଁ।
ବିକେଏସ୍ କହିଛି କୃଷକମାନଙ୍କ ଜିଦ୍ ଆଚରଣ ପାଇଁ କେବଳ ସେମାନଙ୍କର ହିଁ କ୍ଷତି ହେବ। ବିକେଏସ୍ କହିଛି, ସଂଶୋଧନ ସହ ଏହି ଆଇନ ଆସିଥିଲେ ଏହା କ୍ଷୁଦ୍ର ଏବଂ ମଧ୍ୟମ ଧରଣର କୃଷକମାନଙ୍କ ପାଇଁ ବେଶ୍ ମଙ୍ଗଳମୟ ହୋଇଥାନ୍ତା। ବଜାରରେ ହିଁ କୃଷକମାନେ ବାସ୍ତବ ଶୋଷଣର ଶିକାର ହେଉଛନ୍ତି। ନୂଆ କୃଷି ଆଇନ ଦ୍ବାରା ସେମାନେ ଉତ୍ପାଦର ସଠିକ୍ ମୂଲ୍ୟ ପାଇପାରିଥାନ୍ତେ ବୋଲି ବିକେଏସ୍ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/bks.jpg)