ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍ ଭିଭିଆଇପି ହେଲିକପ୍ଟର୍ ମାମଲା: ବ୍ୟବସାୟୀ ଶ୍ରବଣ ଗୁପ୍ତାଙ୍କ ସମେତ ଅନ୍ୟ ଛଅଟି ପ୍ରତିଷ୍ଠାନରେ ପ୍ରବର୍ତ୍ତନ ନିର୍ଦେଶାଳୟର ଚଢ଼ାଉ

ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍ ଭିଭିଆଇପି ହେଲିକପ୍ଟର୍ ମାମଲାରେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ବ୍ୟବସାୟୀ ଶ୍ରବଣ ଗୁପ୍ତଙ୍କ ପ୍ରତିଷ୍ଠାନ ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ଛଅଟି ସ୍ଥାନରେ ଚଢ଼ାଉ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଗୁପ୍ତା ହେଉଛନ୍ତି ରିୟଲ୍ ଇଷ୍ଟେଟ୍ କମ୍ପାନି ‘ଇମାର ଏମ୍‌ଜିଏଫ୍’ର ପୂର୍ବତନ ପରିଚାଳନା ନିର୍ଦେଶକ।

ସରକାରୀ ଅଧିକାରୀମାନେ କହିଛନ୍ତି ଯେ ୩, ୭୨୭ କୋଟି ଟଙ୍କା ଦୁର୍ନୀତିର ପ୍ରମାଣ ପାଇଁ ଗୁପ୍ତାଙ୍କ ପ୍ରତିଷ୍ଠାନ ତଲାସ କରାଯାଇଛି। ପ୍ରିଭେନ୍‌ସନ୍ ଅଫ୍ ମନି ଲଣ୍ଡ୍ରିଙ୍ଗ୍‌ ଆକ୍ଟ୍‌ ବଳରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

Image Courtesy of Hindustan Times

ଅଗଷ୍ଟା ୱେଷ୍ଟ୍‌ଲାଣ୍ଡ୍ ଦୁର୍ନୀତିରେ ପ୍ରକୃତରେ କେଉଁମାନେ ୭୦ ନିୟୁତ ୟୁରୋ ଲାଞ୍ଚ ପାଇଛନ୍ତି ତାଙ୍କୁ ଧରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଓ ସିବିଆଇ ଉଦ୍ୟମ ଚଳାଇଛନ୍ତି। ଖୁବ୍ ଶୀଘ୍ର ସିବିଆଇ ମଧ୍ୟ ପାଞ୍ଚ ଜଣ ବରିଷ୍ଠ ସରକାରୀ କର୍ମଚାରୀ ଏବଂ ବ୍ରିଟିସ୍ ମଧ୍ୟସ୍ଥି କ୍ରିଷ୍ଟିଆନ୍ ମାଇକେଲ୍‌ଙ୍କ ବିରୋରେ ଚାର୍ଚସିଟ୍ ଦାଖଲ କରିବାକୁ ଯାଉଛି। ଏଥିପାଇଁ ସିବିଆଇ ସରକାରଙ୍କ ଠାରୁ ମଞ୍ଜୁରୀ ଆଣି ସାରିଛି। ଆସନ୍ତା ଦୁଇ ମାସ ମଧ୍ୟରେ ଏହି ମାମଲାରେ ଗରୁତ୍ବପୂର୍ଣ୍ଣ ଅଗ୍ରଗତି ଘଟିବ ବୋଲି ଦୁଇ ଏଜେନ୍ସିର ଅଧିକାରୀମାନେ କହିଛନ୍ତି।

 

ସମ୍ବନ୍ଧିତ ଖବର