ଅହମଦ ପଟେଲ ଲାଞ୍ଚ ଦେଇ ନିର୍ବାଚନ ଜିତିଥିଲେ

ଅହମଦାବାଦ: ବିଜେପି ନେତା ବଳବନ୍ତସିଂହ ରାଜପୁତ ଆଜି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ସେ ଗୁଜରାଟ ହାଇକୋର୍ଟରେ ତାଙ୍କ ପକ୍ଷ ରଖି କହିଛନ୍ତି ‌ଯେ କଂଗ୍ରେସ ନେତା ଅହମଦ ପଟେଲ ରାଜ୍ୟସଭା ନିର୍ବାଚନ ଜିତିବାପାଇଁ କଂଗ୍ରେସ ବିଧାୟକମାନଙ୍କୁ ବିପୁଳ ଲାଞ୍ଚ ଦେଇଛନ୍ତି। ଯେଉଁମାନେ ତାଙ୍କୁ ସମର୍ଥନ କରିବାକୁ ଚାହୁଁ ନଥିଲେ ଅହମଦ ସେମାନଙ୍କୁ ଲାଞ୍ଚ ଦେଇ ଖରିଦ କରିଥିଲେ ବୋଲି ପରାଜିତ ପ୍ରାର୍ଥୀ ରାଜପୁତ ଅଦାଲତରେ କହିଛନ୍ତି।

ସମ୍ବନ୍ଧିତ ଖବର