ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବାର୍ଷିକ ଅଧିବେଶନ ପୂର୍ବରୁ କରୋନାଭାଇରସ୍ ଉତ୍ପତ୍ତି ସମ୍ବନ୍ଧରେ ତଦନ୍ତ ଦାବିକଲେ ଶତାଧିକ ଦେଶ

ନୂଆଦିଲ୍ଲୀ: କରୋନାଭାଇରସ୍ର ଉତ୍ପତ୍ତି ସମ୍ବନ୍ଧରେ ତଦନ୍ତ ଦାବି କରି ଇଉରୋପୀୟ ସଂଘ ଏକ ପ୍ରସ୍ତାବନା ଚିଠା ପ୍ରସ୍ତୁତ କରିଛି। ତଦନ୍ତ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଭାରତ ସମେତ ଶତାଧିକ ଦେଶର ସମର୍ଥନ ପାଇଛି। ଆଜି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବାର୍ଷିକ ବୃହତ୍ ଅଧିବେଶନ ପୂର୍ବରୁ ଫାଇଲ୍ ହୋଇଥିବା ଡକ୍ୟୁମେଣ୍ଟ୍‌ରୁ ଏକଥା ଜଣାପଡ଼ିଛି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ପ୍ରମୁଖ ଯୋଜନା ପ୍ରସ୍ତୁତକାରୀ ସଙ୍ଗଠନ ୱାର୍ଲଡ୍ ହେଲ୍‌ଥ୍ ଆସେମ୍ଲିର ବାର୍ଷିକ ଅଧିବେଶନ ଆଜି ଅପରାହ୍ଣ ୩: ୩୦ରେ ଆରମ୍ଭ ହେବ। ପ୍ରଥମ ଥର ନିମନ୍ତେ ଭିଡିଓ କନ୍‌ଫରେନ୍ସିଙ୍ଗ୍ ଜରିଆରେ ଏହି ବୈଠକ ଆୟୋଜନ କରାଯାଉଛି। ଏବେ ଏହି ବୈଠକ‌ ଦୁଇ ଦିନ ବସି ବନ୍ଦ ରହିବ। ବିଶ୍ବରେ କରୋନାଭାଇରସ୍ ସଙ୍କଟ ନିୟନ୍ତ୍ରଣକୁ ଆସିଲେ ପୁଣି ଏହି ବୈଠକ ଚାଲିବ।

Image Source: Hindustan Times

କରୋନାଭାଇରସ୍‌ର ଉତ୍ପତ୍ତି ଉତ୍ସ ଏବଂ ମଣିଷ ଶରୀରକୁ ଏହା କେଉଁ ମାଧ୍ୟମରେ ଆସିଲା ତାହା ତଦନ୍ତ କରିବାକୁ ଏହି ପ୍ରସ୍ତାବନାରେ ଦାବି କରାଯାଇଛି। ଏଠାରେ ପ୍ରକାଶଯୋଗ୍ୟ କି, ଚୀନ୍‌ର ଊହାନ୍ ସହରରେ ହିଁ ପ୍ରଥମେ କରୋନାଭାଇରସ୍‌ ଚିହ୍ନଟ କରାଯାଇଥିଲା।

ଆମେରିକା ଓ ଅଷ୍ଟ୍ରେଲିଆ ସମେତ ଅନେକ ଦେଶ କରୋନାଭାଇରସ୍‌ର ଉତ୍ପତ୍ତିରେ ଚୀନ୍‌ର ଭୂମିକା ରହିଥିବା ସନ୍ଦେହ କରୁଛନ୍ତି। କିନ୍ତୁ, ଚୀନ୍ ଏହାକୁ ଅସ୍ବୀକାର କରୁଛି।

ତେଣୁ ଏହାର ନିରପେକ୍ଷ, ସ୍ବାଧୀନ ଓ ବ୍ୟାପକ ମୂଲ୍ୟାୟନ କରିବାକୁ ଏହି ପ୍ରସ୍ତାବନାରେ ଅନୁରୋଧ କରାଯାଇଛି।

 

ସମ୍ବନ୍ଧିତ ଖବର