ନୂଆଦିଲ୍ଲୀ: ଜୁନ୍ ୨୪ରେ ଜମ୍ମୁ ଓ କଶ୍ମୀରର ରାଜନୈତିକ ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୋଜନ କରିଥିବା ବୈଠକ ଆଗରୁ ଭାରତ ପ୍ରତି ପାକିସ୍ତାନ ସତର୍କବାଣୀ ଜାରି କରିଛି। ଶନିବାର ଦିନ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ଜାରି କରିଥିବା ଏହି ସତର୍କବାଣୀରେ ଉଲ୍ଲେଖ ଅଛି ଯେ, କଶ୍ମୀରରେ କୌଣସି ବିଭାଜନ କିଂବା ପରିବର୍ତ୍ତନ ପାଇଁ ଭାରତର ଯେକୌଣସି ପଦକ୍ଷେପକୁ ପାକିସ୍ତାନ ବିରୋଧ କରିବ।
ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ୍ କ୍ୟୁରେଶି କହିଛନ୍ତି ଯେ, ୨୦୧୯ ଅଗଷ୍ଟ ୫ରେ ଗ୍ରହଣ କରିଥିବା ପଦକ୍ଷେପ ପରେ ଭାରତ କଶ୍ମୀରରେ ଆଉ କୌଣସି ବେଆଇନ ପଦକ୍ଷେପ ନେବାରୁ ନିବୃତ୍ତ ରହିବା ଆବଶ୍ୟକ।
ଆସନ୍ତା ଗୁରୁବାର, ଜୁନ୍ ୨୪ ତାରିଖ ଦିନ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀରର ପ୍ରାୟ ୧୪ଜଣ ରାଜନେତାଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହି ବୈଠକରେ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ବିଧାନସଭା ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା ହୋଇପାରେ ବୋଲି ମନେକରାଯାଉଛି।
Image Courtesy of India Todayସୂଚନାଯୋଗ୍ୟ, ଏହି ବୈଠକରେ ଯୋଗ ଦେବାକୁ ଆମନ୍ତ୍ରିତ ୧୪ଜଣ ରାଜନେତାଙ୍କୁ ‘ନେଗେଟିଭ୍ ଆର୍ଟି-ପିସିଆର୍’ ରିପୋର୍ଟ ଆଣିବାକୁ କୁହାଯାଇଛି। ଏହି ବୈଠକ ଭର୍ଚ୍ୟୁଆଲ୍ ନ ହୋଇ ପ୍ରତ୍ୟକ୍ଷ ହେଉଥିବାରୁ ‘ନେଗେଟିଭ୍ ଆର୍ଟି-ପିସିଆର୍’ ରିପୋର୍ଟ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଥିବା କଥା ‘ନର୍ଥ ବ୍ଲକ୍’ର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି।
ଭାରତ ସହ ଦୀର୍ଘକାଳ ଧରି ଶତ୍ରୁତା ଆଚରଣ କରି ଆସୁଥିବା ପାକିସ୍ତାନ ଜମ୍ମୁ ଓ କଶ୍ମୀରରେ ଭାରତ ସରକାରଙ୍କ ରାଜନୈତିକ ଉଚ୍ଚାଭିଳାଷକୁ ବିରୋଧ କରିବା ଲାଗି ବଦ୍ଧପରିକର। ପାକିସ୍ତାନର ବୈଦେଶିକ ମନ୍ତ୍ରୀ କ୍ୟୁରେଶି ଭାରତର ୨୦୧୯ ଅଗଷ୍ଟ ୫ ପଦକ୍ଷେପକୁ ଘୋର ବିରୋଧ କରିବା ସହ ଜାତିସଂଘ ନିରାପତ୍ତା ପରିଷଦ୍ ସମେତ କେତେକ ଆନ୍ତର୍ଜାତିକ ସଭାସମିତିରେ ଉକ୍ତ ପ୍ରସଙ୍ଗ ଉତ୍ଥାପନ କରିଛି। ସେ କହିଛନ୍ତି ଯେ, ଜାତିସଂଘ ସୁରକ୍ଷା ପରିଷଦ୍ ପ୍ରସ୍ତାବନା ଅନୁସାରେ କଶ୍ମୀର ସମସ୍ୟାର ସମାଧାନ ଏବଂ କଶ୍ମୀରବାସୀଙ୍କ ଇଚ୍ଛା ପୂରଣ ହେଲେ ଯାଇ ଦକ୍ଷିଣ ଏସିଆରେ ଶାନ୍ତିପୂର୍ଣ୍ଣ ଭାବେ ବାସ୍ତବ ଶାନ୍ତି ହାସଲ କରି ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/shah-mehmood-qureshi.jpg)