କୋଲ୍କାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୋଲ୍କାତା ଗସ୍ତ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶ୍ୟାମ ବଜାରରୁ ରେଡ୍ ରୋଡ୍ ପର୍ଯ୍ୟନ୍ତ ଏକ ବିଶାଳ ‘ପଦଯାତ୍ରା’ର ନେତୃତ୍ୱ ନେଇଥିଲେ।
କୋଲ୍କାତାରେ ଆୟୋଜିତ ଏହି ବିଶାଳ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଛେ ପଛେ ଅଗଣିତ ଜନତା ଚାଲି ଚାଲି ଯାଉଥିବାର ଦୃଶ୍ୟ ଏକ ଭିଡିଓରେ ଦେଖାଯାଉଛି।
ଏହି ପଦଯାତ୍ରା ଆରମ୍ଭ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଜନ୍ମଦିନ ଜାନୁଆରି ୨୩କୁ ଜାତୀୟ ଛୁଟି ଦିବସ ଭାବେ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।
Image Courtesy of NDTVମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜାରହାଟ ଅଞ୍ଚଳରେ ‘ଆଜାଦ୍ ହିନ୍ ଫୌଜ୍’ ନାମରେ ନାମିତ ଏକ ସ୍ମାରକୀ ନିର୍ମାଣ କରାଯିବ। ରାଜ୍ୟ ସରକାରଙ୍କ ପାଣ୍ଠିରେ ନିର୍ମିତ ହେଉଥିବା ଏକ ବିଶ୍ୱବିଦ୍ୟାଳୟ ମଧ୍ୟ ନେତାଜୀଙ୍କ ପ୍ରତି ଉତ୍ସର୍ଗ କରାଯିବ। ଏବର୍ଷ କୋଲ୍କାତାରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍ ମଧ୍ୟ ନେତାଜୀଙ୍କ ପ୍ରତି ଉତ୍ସର୍ଗ କରାଯିବ। ଆଜି ଅପରାହ୍ଣ ୧୨.୧୫ରେ ସାଇରନ୍ ବଜାଯିବ। ଘରେ ଶଙ୍ଖ ବଜାଇବାକୁ ସମସ୍ତଙ୍କୁ ଅନୁରୋଧ।
ଆଜିର ଦିନଟିକୁ ଆମେ ‘ଦେଶ ନାୟକ ଦିବସ’ ଭାବେ ପାଳନ କରୁଛୁ। ୨୦୨୨ ଜାନୁଆରି ୨୩ ତାରିଖ ଯାଏଁ ବର୍ଷେ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ନିମନ୍ତେ ପଶ୍ଚିମବଙ୍ଗ ସରକାର ଏକ କମିଟି ମଧ୍ୟ ଗଠନ କରିଛନ୍ତି।
ସୂଚନାଯୋଗ୍ୟ କି, ଆଜି ଆସାମ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ମୋଦୀ ‘ପରାକ୍ରମ ଦିବସ’ ପାଳନ କରିବାକୁ ପଶ୍ଚିମବଙ୍ଗ ଆସୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/mb.jpg)