ବିଧାନସଭା ନିର୍ବାଚନ ପୂର୍ବରୁ ଆସାମ ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୫ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଲେ

ଦିଶପୁର: ବିଧାନସଭା ନିର୍ବାଚନ ପୂର୍ବରୁ ଆସାମ ସରକାର ଶୁକ୍ରବାର ମଧ୍ୟରାତ୍ରିରୁ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୫ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକି ଦେଶର ସବୁଠାରୁ କମ୍‌ ଦର ହେବ।

ଏ ନେଇ ଆସାମର ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି କି ‘କରୋନା ମହାମାରୀ ସମୟରେ ଆମେ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ କର ବୃଦ୍ଧି କରିଥିଲୁ। କୋଭିଡ୍‌-୧୯ ପରିସ୍ଥିତି ସୁଧୁରିବା ସହ ଯେଉଁ ବିଶାଳ ସ୍ବାସ୍ଥ୍ୟଗତ ସମସ୍ୟା ଆମ ସାମ୍ନାରେ ଛିଡ଼ା ହୋଇଥିଲା ତାହା ହ୍ରାସ ଘଟିବାରୁ ଇନ୍ଧନ ଉପରେ ଲାଗିଥିବା ଅତିରିକ୍ତ କରକୁ ପ୍ରତ୍ୟାହାର କରିବା ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି।’

ଶୁକ୍ରବାର ମଧ୍ୟରାତ୍ରିରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ୫ ଟଙ୍କା ହ୍ରାସ ଲାଗୁ ହେବ ବୋଲି ସୂଚନା ରହିଛି। ଫଳସ୍ୱରୂପ, ଗୁଜୁରାଟ ପରେ ଆସାମ ଦେଶରେ ସର୍ବନିମ୍ନ ବ୍ୟୟବହୁଳ ପେଟ୍ରୋଲ ମୂଲ୍ୟର ରେକର୍ଡ ପାଇବ। ଏପରିକି ହିମାଚଳ ପ୍ରଦେଶ, ହରିୟାଣା ଏବଂ ଉତ୍ତରପ୍ରଦେଶ ପରେ ଡିଜେଲର ମୂଲ୍ୟ ସର୍ବନିମ୍ନ ହେବ ବୋଲି ଶର୍ମା ଦାବି କରି କହିଛନ୍ତି।

ଆସାମରେ ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ୯୦.୪୧ / ଲିଟର ଅଟେ। ହ୍ରାସ ଘଟି ଏହା ୮୫.୪୧ / ଲିଟରକୁ ଖସିବ, ଯାହା ଗୁଜୁରାଟ ପରେ ସର୍ବନିମ୍ନ ହେବ ଯେଉଁଠାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା  ୮୫.୩୦ ହେବ।

 

ସମ୍ବନ୍ଧିତ ଖବର