ପଞ୍ଜାବର ମୋଗାରେ ରାହୁଲ ଗାନ୍ଧିଙ୍କ ରାଲି ପୂର୍ବରୁ ସିଦ୍ଧୁଙ୍କ ଟୁଇଟ୍‌: ଖରାପ ଦିନ ଯାଉଛି, ରାହୁଲ ଆସୁଛନ୍ତି

ମୋଗା : ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏବେ ସବୁ ଦଳ ନିଜ ନିଜର ପ୍ରଚାର କରିବାରେ ଲାଗି ପଡ଼ିଛନ୍ତି । ଗୁରୁବାର ପ୍ରଚାର କରିବା ପାଇଁ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧି ପଞ୍ଜାବର ମୋଗାରେ ପହଞ୍ଚିଛନ୍ତି । ଆଜି ମୋଗାରେ କଂଗ୍ରେସର ରାଲି ଥିବା ବେଳେ ଏ ନେଇ ସବୁ ପ୍ରସ୍ତୁତି ହୋଇ ସାରିଛି । ତେବେ ରାଲି ପୂର୍ବରୁ ପୂର୍ବତନ କ୍ରିକେଟର ତଥା ପଞ୍ଜାବର ମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁ ଯେଉଁ ଭଳି ଭାବରେ ଟୁଇଟ୍‌ କରିଥିଲେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପୁଲଓ୍ଵାମା ଆକ୍ରମଣ ପରଠାରୁ ବିବାଦରେ ରହିଥିବା ସିଦ୍ଧୁ ଏବେ ପୁଣି ଏକ ଟୁଇଟ୍‌ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ରାହୁଲ ଗାନ୍ଧିଙ୍କ ଆଗମନକୁ ଦେଖି ଟୁଇଟ୍‌ରେ ତାଙ୍କୁ ସ୍ୱାଗତ କରିବା ସହ, “ଆପ୍‌ ଆଏ ବାହାର ଆୟା । ବୁରେ ଦିନ୍‌ ଜାନେ ଓ୍ଵାଲେ ହେଁ, ରାହୁଲ ଗାନ୍ଧି ଆନେ ଓ୍ଵାଲେ ହେଁ । ସର୍ଦି ଜା ରହି ହେ, ଗର୍ମି ଆ ରହି ହେ । ଭାଜପା ଜା ରହି ହେ, କଂଗ୍ରେସ ଆ ରହି ହେ” ବୋଲି ଲେଖି ଟୁଇଟ୍‌ କରିଥିଲେ ସିଦ୍ଧୁ । ତାଙ୍କର ଏଭଳି ଟୁଇଟ୍‌ ପରେ ବିଜେପି ସମର୍ଥକମାନେ ତାଙ୍କୁ କଡ଼ା ସମାଲୋଚନା କରୁଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର