ସୋସିଆଲ ମିଡିଆରେ ଫଟୋ ଭାଇରାଲ୍‌ ହେବାପରେ ଅଡ଼ୁଆରେ କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଛି। ଆୟକର ବିଭାଗ ପକ୍ଷରୁୁ କଂଗ୍ରେସ ନେତାମାନଙ୍କ ଘରେ ଚଢଉ କରାଯାଇଥିଲା, ଯାହାଙ୍କ ପାଖରୁ ୨୦କୋଟି ଟଙ୍କା ଜବତ କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଯେଉଁ କଂଗ୍ରେସ ନେତାଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା, ତାଙ୍କ ନାଆଁ ହେଲା ଏସ୍‌ ଏମ୍‌ ମୋଇନ। ସେତେବେଳେ ଏହି ଘଟଣା ନୂଆ ମୋଡ଼ ନେଇଥିଲା, ଯେତେବେଳେ ଗତକାଲି ମୋଇନ୍‌ଙ୍କ ସହ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେଲା।

ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ଏହି ଫଟୋରେ ଅହମ୍ମଦ୍‌ ପଟେଲଙ୍କ ସହିତ ମୋଇନ୍‌ ବସିଛନ୍ତି। ଏହାପରେ ଅହମ୍ମଦ ପଟେଲ୍‌ ଅଡୁଆରେ ପଡ଼ିଯାଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି ଯେ ଏସ୍‌ ଏମ୍‌ ମୋଇନ୍‌ ଅହମ୍ମଦ ପଟେଲଙ୍କ ପାଇଁ କାମ କରନ୍ତି ଓ ସେ କଂଗ୍ରେସ କାର୍ଯ୍ୟାଳୟର ମୁଖ୍ୟ ଆକାଉଣ୍ଟାଣ୍ଟ୍‌। ମୋଇନ୍‌ ଅଫିସକୁ ନ ଆସିଲେ,ବରିଷ୍ଠ କଂଗ୍ରେସ ନେତାମାନେ ତାଙ୍କ ଘରକୁ ଯାଇ ଦେଖା କରିଥାନ୍ତି।

ସମ୍ବନ୍ଧିତ ଖବର