ସପ୍ତାହକ ମଧ୍ୟରେ ୭୦୦ ‘ସୁପର୍‌ ସ୍ପ୍ରେଡର୍‌’ କରୋନା ପଜିଟିଭ୍‌ ଚିହ୍ନଟ

ଅହମ୍ମଦାବାଦ୍‌: ଦିନକୁ ଦିନ କରୋନା ଭାଇରସ୍‌ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅହମ୍ମଦାବାଦ୍‌ରେ ସପ୍ତାହ ମଧ୍ୟରେ ୭୦୦ ଜଣ ‘ସୁପର୍‌ ସ୍ପ୍ରେଡର୍‌’ କରୋନା ପଜିଟିଭ୍‌ ବାହାରିଥିବା ଅହମ୍ମଦାବାଦ୍‌ର ଅତିରିକ୍ତ ମୁଖ୍ୟ ସଚିବ ରାଜୀବ ଗୁପ୍ତା କହିଛନ୍ତି। ରାଜୀବ ଗୁପ୍ତାଙ୍କ କହିବାନୁଯାୟୀ, ଲୋକମାନେ ଯେଉଁ ଦୋକାନୀଙ୍କ ନିକଟରେ ହେଲ୍‌ଥ ସ୍କ୍ରିନିଂ କାର୍ଡ ଅଛି କେବଳ ସେମାନଙ୍କଠାରୁ ହିଁ ପରିବା କିଣନ୍ତୁ।

ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ସମୟରେ ବି ବାହାରକୁ ବାହାରୁଥିବା ପରିବା ବିକାଳି ଓ ଅନ୍ୟାନ୍ୟ ଦୋକାନୀମାନଙ୍କର ଏକ ଗଣ ସ୍କ୍ରିନିଂ କରାଯାଇଥିଲା। ଫଳରେ ବିପୁଳ ମାତ୍ରାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

toi

ଆପଣ ଜାଣିଥିବ‌େ ନିଶ୍ଚୟ ଯେ ‘ସୁପର ସ୍ପ୍ରେଡର୍‌’ ହେଉଛନ୍ତି କରେନା ଭାଇରସ୍‌ର ମୁଖ୍ୟ ବାହାକ, ଯାହାଙ୍କ ଦ୍ବାରା ଏହି ସଂକ୍ରମଣ ତାଙ୍କ ସଂସ୍ପର୍ଶରେ ଆସିଥିବା ବିଭିନ୍ନ ଲୋକଙ୍କୁ ବ୍ୟାପିଥାଏ।

ସେମାନଙ୍କ ମଧ୍ୟରେ ମୁଖ୍ୟତଃ ପରିବା ବିକାଳି, ଖିର ବିକାଳି, ତେଜରାତି ଦୋକାନୀ, ପେଟ୍ରୋଲ୍‌ କମ୍ପ୍‌ ‌ଆଟେନାଣ୍ଟ୍‌, ସଫେଇ କର୍ମୀ ଆଦି ଅଛନ୍ତି। ସେମାନେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ହେତୁ ସେମାନଙ୍କ ନିକଟରୁ ସଂକ୍ରମଣ ବ୍ୟାପିବାର ବିଶେଷ ଆଶଙ୍କା ରହିଛି।

ଗତ ସପ୍ତାହରେ କରାଯାଇଥିବା ଗଣ ସ୍କ୍ରିନିଂରୁ ଜଣାପଡ଼ିଛି ଯେ ୩୩ ହଜାର ୫୦୦ ‘ସୁପର୍‌ ସ୍ପ୍ରେଡର୍’ରୁ ୧୨ହଜାର ୫୦୦ ଜଣଙ୍କର କରୋନା ସଂକ୍ରମଣ ପରୀକ୍ଷଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୭୦୦ ଜଣ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ସେମାନଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ଏହା ପୂର୍ବରୁ ଗତ ଏପ୍ରିଲ୍‌ ୨୦ ତାରିଖରେ ହୋଇଥିବା ଏକ ଅଭିଯାନରୁ ୩୫୦ ‘ସୁପର୍‌ ସ୍ପ୍ରେଡର୍‌’ଙ୍କ ଚିହ୍ନଟ ହୋଇଥିଲା।

ସମ୍ବନ୍ଧିତ ଖବର