ଅହମ୍ମଦାବାଦ୍: ଯାତ୍ରୀମାନଙ୍କୁ ଉତ୍କଷ୍ଟ ସେବା ଯୋଗାଇବା ପାଇଁ ସଦା ଉଦ୍ୟମରତ ଅହମ୍ମଦାବାଦ୍ର ବିମାନ ବନ୍ଦର ସର୍ଦ୍ଦାର ବଲ୍ଲବଭାଇ ପଟେଲ୍ ଇଣ୍ଟରନ୍ୟାସ୍ନାଲ୍ ଏୟାର୍ପୋର୍ଟ ସର୍ବୋନ୍ନତ ବିମାନ ବନ୍ଦର ପୁରସ୍କାର ଜୟ କରିଛି। ଏସିଆ ପ୍ରଶାନ୍ତ କ୍ଷେତ୍ରର ଥିବା ଅନ୍ୟ ସମସ୍ତ ବିମାନ ବନ୍ଦରଠାରୁ ଏହାଂ ଉତ୍କଷ୍ଟ। ଏୟାର୍ପୋର୍ଟ କାଉନ୍ସିଲ୍ ଇଣ୍ଟରନ୍ୟାସ୍ନାଲ୍(ଏସିଆଇ) ପକ୍ଷରୁ କରାଯାଇଥିବା ଏୟାର୍ପୋର୍ଟ ସର୍ଭିସ କ୍ୱାଲିଟି ଆଓ୍ଵାର୍ଡ-୨୦୧୭ରେ ସର୍ଦ୍ଦାର ବଲ୍ଲବଭାଇ ପଟେଲ୍ ଇଣ୍ଟରନ୍ୟାସ୍ନାଲ୍ ଏୟାର୍ପୋର୍ଟ ବିଜୟ ଲାଭ କରିଛି।
/sambad/media/post_attachments/wp-content/uploads/2018/03/63271275-200x300.jpg)
ଏହି ସଫଳତା ପରେ ବିମାନବନ୍ଦରର ନିର୍ଦ୍ଦେଶକ ମନୋଜ ଗଙ୍ଗଲ କହିଛନ୍ତି, ‘ବିମାନ ବନ୍ଦର ପାଇଁ ଏହା ହେଉଛି ପ୍ରଥମ ଅନ୍ତର୍ଜୀତୀୟ ପୁରସ୍କାର। ଏହା ଆପଣ ଅନୁମାନ କରିପାରୁଥିବେ ଯେ ଆମ ଉପରେ ଦାୟିତ୍ୱର ବୋଝ କେତେ ବଢ଼ି ଯାଇଥିବ। ଉନ୍ନତ ବିମାନ ବନ୍ଦରକୁ ଆହୁରି ଉନ୍ନତ କରିବା ପାଇଁ ଆମେ ଉଦ୍ୟମ ଜାରି ରଖିବୁ।’
ଏହି ପୁରସ୍କାର ଜିତିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆହୁରି ସଚେତନତା ବୃଦ୍ଧି ପାଇଛି। ସେମାନେ ଯାତ୍ରୀମାନଙ୍କୁ ଆହୁରି ଉତ୍କଷ୍ଟ ସେବା ଯୋଗାଇବା ସହ ଖାଦ୍ୟ ସେବା ଉପରେ ଧ୍ୟାନ ଦେବା ପାଇଁ ଚିନ୍ତା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଏହି ବିମାନ ବନ୍ଦରରୁ ପ୍ରାୟ ୨୦୦ ବିମାନ ପ୍ରତିଦିନ ଯାତାୟତ କରୁଛନ୍ତି। ବିମାନ ବନ୍ଦରରେ ଏକ ମେଟ୍ରୋ ପ୍ରକଳ୍ପର ମଧ୍ୟ ସଂଯୋଗ ରହିଛି। ୨୦୨୦ ସୁଦ୍ଧା ଏହି ପ୍ରକଳ୍ପ ପୂରା ହେବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Waiting_Lounge.jpg)