ଅହମ୍ମଦାବାଦ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନ ସମୟରେ କର୍ଣ୍ଣାଟକର ମାଙ୍ଗାଲୁରୁରେ ଦୁଇଜଣ ଓ ଲକ୍ଷ୍ମୌରେ ଜଣଙ୍କ ମୃତ୍ୟୁ ବି ହୋଇସାରିଛି। ଅନେକ ସ୍ଥାନରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ବି ସୃଷ୍ଟି ହୋଇଛି। ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ହିଂସା ପରେ ଏବେ ଗୁଜୁରାଟର ଅହମ୍ମଦାବାଦରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି।
Khas Khabarଗୁରୁବାର ଗୁଜୁରାଟ ବନ୍ଦ ଡାକରା ଦେବା ପରେ ହଜାରହଜାର ଲୋକ ଅହମ୍ମଦାବାଦରେ ଶାହା-ଏ-ଆଲାମ ଅଞ୍ଚଳରେ ହିଂସା ସୃଷ୍ଟି କରିଥିଲେ। ପୁଲିସ ଉପରେ ବିକ୍ଷୋଭକାରୀ ଇଟା ପଥର ମାଡ କରିଥିଲେ। ଏଥିରେ ସମ୍ପୃକ୍ତ ଥିବା ୩୦ଜଣ ବିକ୍ଷୋଭକାରୀଙ୍କୁ ପୁଲିସ ଅଟକ ରଖିଛି। ଏହି ହିଂସାରେ ଡିସିପି, ଏସିପି, ଅନ୍ୟ ଇନ୍ସପେକ୍ଟରଙ୍କ ସମେତ ୧୯ଜଣ ପୁଲିସ କର୍ମଚାରୀ ବି ଆହତ ହୋଇଛନ୍ତି।
କେବଳ ଏତିକି ନୁହେଁ ଜଣେ ପୁଲିସ କର୍ମଚାରୀ ବିକ୍ଷୋଭକାରୀଙ୍କ ମାଡରୁ ବଞ୍ଚିବା ପାଇଁ ବସ୍ରେ ଚଢ଼ୁଥିବା ସମୟରେ ଖସି ପଡ଼ିଥିଲେ। ଏହି ସମୟରେ ବିକ୍ଷୋଭକାରୀ ତାଙ୍କୁ ଘେରି ପିଟିବା ସହ ପଥରମାଡ କରିବାକୁ ଲାଗିଥିଲେ।
/sambad/media/post_attachments/wp-content/uploads/2019/12/EMNDMfFUYAAN2nj-1-478x550.jpg)
ତେବେ ଏହି ବିକ୍ଷୋଭକାରୀଙ୍କ ମଧ୍ୟରେ ବି କେତେଜଣଙ୍କ ଭିତରେ ମାନବିକତାର ପରିଚୟ ଦେଖିବାକୁ ମିଳିଥିଲା। ପଥରମାଡ ହେଉଥିବା ପୁଲିସକର୍ମଚାରୀଙ୍କୁ ଏହି ବିକ୍ଷୋଭକାରୀଙ୍କ ମଧ୍ୟରୁ ୭ ଜଣ ମୁସଲମାନ୍ ଯୁବକ ହାତରେ ତ୍ରିରଙ୍ଗା ପତାକା ଧରି ଆଗକୁ ଆସିଥିଲେ ଓ ତଳେ ପଡ଼ି ଯାଇଥିବା ଉକ୍ତ ପୁଲିସ୍ କର୍ମଚାରୀଙ୍କ ଜୀବନ ବଞ୍ଚାଇ ଥିଲେ।
Deccan Heraldସୋସିଆଲ ମିଡିଆରେ ଏହାର ଏକ ଭିଡିଓ ବି ଭାଇରାଲ୍ ହେଉଛି। ପ୍ରତ୍ୟେକ ଲୋକେ ଏହି ୭ଜଣ ହିନ୍ଦୁସ୍ଥାନୀଙ୍କ କାମ ଦେଖି ପ୍ରଶଂସା କରୁଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ଯୁବକମାନେ ପୁଲିସ କର୍ମଚାରୀଙ୍କୁ ଏହି ହିଂସା ଭିତରୁ ସୁରକ୍ଷା ଦେଇଥିଲେ ସେମାନେ ସିଏଏ ବିରୋଧ ଚାଲିଥିବା ଆନ୍ଦୋଳନରେ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/pic-1.jpg)