ଅହମ୍ମଦାବାଦ: ଗୁଜୁରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। କଂଗ୍ରେସର କାର୍ଯ୍ୟକାରୀ ସଭାପତି ଜିଗ୍ନେଶ ମେଭାନୀଙ୍କୁ ଅହମ୍ମଦାବାଦର ଏକ କୋର୍ଟ ୬ମାସ ଜେଲ ଦଣ୍ଡ ଶୁଣାଇଛନ୍ତି | ୨୦୧୬ରେ, ମେଭାନୀଙ୍କ ସମେତ ୧୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା | ଆଉ ଆଜି କୋର୍ଟ ତାଙ୍କ ସହ ଅନ୍ୟ ୧୯ ଜଣଙ୍କୁ ୬ ମାସର ଜେଲଦଣ୍ଡ ଶୁଣାଇଛନ୍ତି | ସୂଚନା ମୁତାବକ ଗୁଜୁରାଟ ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନକୁ ବିରୋଧ କରିବା ସମୟରେ ସେ ହିଂସା କରିଥିବା ନେଇ ଏକ ମାମଲା ରୁଜୁ ହୋଇଥିଲା।
ଏହି ମାମଲାରେ ୨୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଅହମ୍ମଦାବାଦ ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟ ଶୁକ୍ରବାର ଦିନ ବିଧାୟକ ଜିଗ୍ନେଶ ମେଭାନୀ, ସୁବୋଧ ପାରମାର, ରାକେଶ ମେହେରିଆଙ୍କ ସମେତ ୧୯ ଜଣଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ପୁରା ମାମଲାରେ ପଞ୍ଜୀକୃତ ହୋଇଥିବା ତିନୋଟି ମାମଲାରେ କୋର୍ଟ ଦଣ୍ଡିତ କରିଛନ୍ତି। ପ୍ରଥମ ମାମଲାରେ ତାଙ୍କୁ ୬ ମାସ ଜେଲ, ଦ୍ୱିତୀୟ ମାମଲାରେ ୫୦୦ ଟଙ୍କା ଜରିମାନା ଏବଂ ତୃତୀୟରେ ୧୦୦ ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି |
ଉଲ୍ଲେଖ ଥାଉ କି ପଟିଦାର ଆନ୍ଦୋଳନରୁ ଜିଗ୍ନେଶଙ୍କ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା । ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ସ୍ୱାଧୀନ ଭାବେ ଲଢି ବିଜୟୀ ହୋଇଥିଲେ ଜିଗ୍ନେଶ । ଏହାଛଡା ଦଳିତ ସମ୍ପ୍ରଦାୟର ହୋଇଥିବାରୁ କଂଗ୍ରେସ ଜିଗ୍ନେଶଙ୍କ ମାଧ୍ୟମରେ ଗୁଜୁରାଟରେ ଦଳିତ ଭୋଟବ୍ୟାଙ୍କ ହାତେଇବାକୁ ଲକ୍ଷ୍ୟ ରଖି ତାଙ୍କୁ ଦଳରେ ସାମିଲ କରାଇଥିଲା |
,
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/bgg.png)