ଭୁବନେଶ୍ୱର: କୋଭିଡ୍-୧୯ରେ ଦେଶରେ ମୃତ୍ୟୁହାର ୩.୧% ହୋଇଥିବା ବେଳେ, ଅହମଦାବାଦରେ ଏହା ୪.୭%ରୁ ବେଶି। ଏହା ମୁମ୍ବାଇର ମୃତ୍ୟୁହାର ଠାରୁ ବେଶି। ମୁମ୍ବାଇରେ ୫,୪୦୭ ସଂକ୍ରମିତଙ୍କ ମଧ୍ୟରେ ୨୦୪ ଜଣଙ୍କର (୩.୭୭%) ମୃତ୍ୟୁ ହୋଇଥିବା ବେଳେ ଅହମଦାବାଦରେ ୨୧୬୭ ସଂକ୍ରମିତଙ୍କ ମଧ୍ୟରେ ୧୦୨ ଜଣଙ୍କର (୪.୭୧%) ମୃତ୍ୟୁ ଏବଂ ଦିଲ୍ଲୀରେ ୨୯୧୯ ମାମଲାରେ ୫୪ ଜଣଙ୍କର ମୃତ୍ୟୁ (୧.୮୫%) ହୋଇଛି। ଏପରିକି ନିଜ ରାଜ୍ୟ ଗୁଜରାଟର ୬୭.୫% ମୃତ୍ୟୁ କେବଳ ଅହମଦାବାଦରେ ହୋଇଛି। ରାଜ୍ୟରେ ୩,୩୦୧ ସଂକ୍ରମିତଙ୍କ ମଧ୍ୟରେ ୧୫୧ ଜଣଙ୍କର ମୃତ୍ୟୁ (୪.୫୭%) ହୋଇଛି। ସୋମବାର, ଗୁଜରାଟର ମୃତ୍ୟୁହାର ମହାରାଷ୍ଟ୍ର (୪.୨୪%) ଠାରୁ ଅଧିକ ଅଛି। ରାଜସ୍ଥାନ (୨.୦୫%), ଉତ୍ତରପ୍ରଦେଶ (୧.୫୧%), ଓ ତାମିଲନାଡୁ (୧.୨୪%) ର ମୃତ୍ୟୁହାର କମ୍ ଥିବା ବେଳେ ଏହିସବୁ ରାଜ୍ୟର ମାମଲା ସଂଖ୍ୟା ୧୫୦୦ରୁ ବେଶି। କେବଳ ମଧ୍ୟପ୍ରଦେଶ ୪.୯୩% ମୃତ୍ୟୁହାର ସହିତ ଆଗରେ ଅଛି। ଅହମଦାବାଦରେ ୬୦ ବର୍ଷରୁ ଅଧିକ ବୟସ୍କମାନେ ମୃତ୍ୟୁମୁଖରେ ପଡ଼ୁଥିବା ବେଳେ ଯୁବ ରୋଗୀମାନେ ଆରୋଗ୍ୟଲାଭ କରୁଛନ୍ତି। ସମଗ୍ର ଗୁଜରାଟରେ ୩୫୪୮ ମାମଲା ଥିବା ବେଳେ ତହିଁରେ କେବଳ ଅହମଦାବାଦର ୧୮୭ ନୂଆ ମାମଲା ଏବଂ ସୁରତର ୩୦ ନୂଆ ମାମଲା ରହିଛି।
କୋଭିଡ୍-୧୯: ଦେଶରେ ଅହମଦାବାଦର ମୃତ୍ୟୁହାର ସବୁଠାରୁ ବେଶି
/sambad/media/post_attachments/wp-content/uploads/2020/03/Dead-Body-380x214-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)