ଅହମ୍ମଦାବାଦ୍ : ଯେଉଁ ଲୋକମାନେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଛନ୍ତି, ସେମାନଙ୍କୁ ଦଣ୍ଡ ଦେବା ପାଇଁ ଟ୍ରାଫିକ୍ ପୁଲିସ ଷ୍ଟେସନ ତିଆରି କରାଯାଇଥାଏ, ଯାହା ସମସ୍ତଙ୍କୁ ଜଣା । କିନ୍ତୁ ଅହମ୍ମଦାବାଦ୍ରେ ଜଣେ ଦମ୍ପତି ଟ୍ରାଫିକ୍ ପୁଲିସ ଷ୍ଟେସନକୁ ଯାଇ ଯେଉଁ କାମ କରିଥିଲେ,ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦମ୍ପତି ଟ୍ରାଫିକ୍ ପୁଲିସ ଷ୍ଟେସନ ଭିତରକୁ ଯାଇ ଭିତରେ ବସିଥିବା ସବ୍ଇନ୍ସପେକ୍ଟରଙ୍କୁ କିଛି ଭଲ ପୋଷାକ ଦେଖାଅ ବୋଲି କହିଥିଲେ ।
ଏ କଥା ଶୁଣି ସବ୍ ଇନ୍ସପେକ୍ଟର ପ୍ରଥମେ ଆଶ୍ଚର୍ଯ୍ୟ ହେବା ସହ ପରେ ପୂରା ମାମଲା ବୁଝି ପାରିଥିଲେ । ସବୁ ଜାଣି ମଧ୍ୟ ସେ ଦମ୍ପତିଙ୍କୁ, ନୂଆ ନୂଆ ଦୋକାନ ଖୋଲିଛି । ଜିନିଷ ଆସିବା ବାକି ଅଛି ବୋଲି କହିଥିଲେ । ପରେ ମହିଳା ଯାହା ଅଛି ସେ ଭିତରୁ କିଛି ଦେଖାଅ ବୋଲି କହିବା ପରେ ସବ୍ ଇନ୍ସପେକ୍ଟର ବାହାରକୁ ଆସି ଏହା କୌଣସି ପୋଷାକର ଦୋକାନ ନୁହେଁ,ଏହା ଟ୍ରାଫିକ୍ ପୁଲିସ ଷ୍ଟେସନ ବୋଲି କହିଥିଲେ ।
/sambad/media/post_attachments/wp-content/uploads/2018/12/fff_1545294190-300x225.jpg)
ସୂଚନା ମୁତାବକ, ଟ୍ରାଫିକ୍ ପୁଲିସ ଷ୍ଟେସନ ବାହାରେ ଦ ରେମଣ୍ଡ ସପ୍ର ହୋଡ଼ିଙ୍ଗ ଲଗାଯାଇ ସଜା ଯାଇଥିବାରୁ ଦମ୍ପତି ଟ୍ରାଫିକ୍ ପୁଲିସ ଷ୍ଟେସନକୁ ରେମଣ୍ଡର ଦୋକାନ ବୋଲି ଭାବି ନେଇଥିଲେ। କେବଳ ସେ ନୁହେଁ, ଟ୍ରାଫିକ୍ ପୁଲିସ ଷ୍ଟେସନ ବାହାରେ ଲାଗିଥିବା ରେମଣ୍ଡ ବିଜ୍ଞାପନ ପାଇଁ ଅନେକ ଟ୍ରାଫିକ୍ ପୁଲିସ ଷ୍ଟେସନକୁ ସୋ’ ରୁମ୍ ଭାବି ଜିନିଷ କିଣିବା ପାଇଁ ଆସୁଥିବା ଜଣାପଡ଼ିଛି ।