ଅହମଦାବାଦ: ଅହମଦାବାଦରେ ହୃଦୟବିଦାରକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସମ୍ପର୍କରେ ଆଉ ଏକ ଦୁଃଖଦ ସଂଯୋଗ ସାମ୍ନାକୁ ଆସିଛି। ଭାଗ୍ୟର ଖେଳ ଥିଲା ଯେ ରୂପାଣୀ ସେହି ଦୁର୍ଭାଗ୍ୟପୂର୍ଣ୍ଣ ବିମାନରେ ଚଢ଼ିଥିଲେ। ପ୍ରକୃତରେ, ଏହା ରୂପାଣୀଙ୍କର ଲଣ୍ଡନକୁ ତୃତୀୟ ଟିକେଟ୍ ଥିଲା। ସେ ଭିନ୍ନ ଭିନ୍ନ କାରଣରୁ ଦୁଇଥର ତାଙ୍କ ଟିକେଟ୍ ବାତିଲ କରିଥିଲେ। ସମସ୍ତ କାମ ସରିବା ପରେ, ଶେଷରେ ସେ ଜୁନ୍ ୧୨ତାରିଖରେ ବୋଇଂ ୭୮୭ ଡ୍ରିମଲାଇନର୍ ଏଆଇ-୧୭୧ ପାଇଁ ଟିକେଟ୍ କାଟିଥିଲେ। କିନ୍ତୁ ଏହା ଯେ ତାଙ୍କର ଶେଷ ବିମାନ ଯାତ୍ରା ହେବ ତାହା ତାଙ୍କୁ ଜଣାନଥିଲା।
ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଶେଷ ଯାତ୍ରା ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସୁଛି। ଯେଉଁ ବିମାନରେ ତାଙ୍କର ମୃତ୍ୟୁ ହୋଇଛି, ସେ ସେହି ବିମାନ ଉଡ଼ାଣର ଉଦଘାଟନ କରିଥିଲେ। ଅହମଦାବାଦରୁ ଲଣ୍ଡନକୁ ସିଧାସଳଖ ବିମାନ ଯାତ୍ରାର ସୁବିଧା ନଥିବାରୁ ଯାତ୍ରୀଙ୍କ ପ୍ରବଳ ଚାହିଦାକୁ ଦୃଷ୍ଟିରେ ରଖି ସେ ଗୁଜୁରାଟବାସୀଙ୍କୁ ଏହି ଉପହାର ଦେଇଥିଲେ।
ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏହି ବୋଇଂ ୭୮୭ ଡ୍ରିମଲାଇନର ଏଆଇ-୧୭୧ରେ ତାଙ୍କର ତୃତୀୟ ଟିକେଟ ଥିଲା। ସେ ମେ’ ୧୯ରେ ପ୍ରଥମ ଟିକେଟ ବୁକ୍ କରିଥିଲେ। ହେଲେ ରାଜନୈତିକ କାମ ପାଇଁ ସେ ଏହାକୁ ବାତିଲ୍ କରିଥିଲେ। ପରେ ସେ ଜୁନ୍ ୫ ପାଇଁ ଏକ ଟିକେଟ୍ ବୁକ୍ କରିଥିଲେ, କିନ୍ତୁ ପାରିବାରିକ କାରଣ ଯୋଗୁଁ ତାଙ୍କୁ ଏହାକୁ ବାତିଲ କରିବାକୁ ପଡିଲା। ଶେଷରେ ସେ ୧୨ ତାରିଖରେ ଲଣ୍ଡନ ପାଇଁ ଟିକେଟ୍ ବୁକ୍ କରିଥିଲେ, କିନ୍ତୁ ଏହା ତାଙ୍କର ଶେଷ ଯାତ୍ରା ପ୍ରମାଣିତ ହେଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/06/14/8dgzCU3jq4jB0prNahFw.jpg)