ଅହମ୍ମଦାବାଦ: ହୃଦୟବିଦାରକ... ଛାତିଥରା... ଲୋମଟାଙ୍କୁରା... ଦେଖିଲେ କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଉଛି ମଣିଷ । କିଏ କେତେ ଆଶା ନେଇ ଯାତ୍ରା କରୁଥିଲା । କିଏ ବିଦେଶ ଭ୍ରମଣ ପାଇଁ ବାହାରିଥିଲା ତ କିଏ ପୁଣି ସ୍ଵଦେଶ ଫେରୁଥିଲା । ନିଜ ନିଜ ସିଟରେ ସମସ୍ତେ ସିଟ୍ ବେଲ୍ଟ ବାନ୍ଧିବା ପରେ ନୂଆ ଆଶା ନେଇ ବିମାନ ଉଡାଣ ଭରିଥିଲା । ହେଲେ କିଏ ଜାଣିଥିଲା ସେହି ଉଡାଣ ଅଘଟଣରେ ପରିଣତ ହେବ ବୋଲି । ଚାହୁଁ ଚାହୁଁ ବିମାନଟି ଉଡାଣ ଭରିବାର ୫ ମିନିଟ୍ ଭିତରେ ଖସି ପଡିଥିଲା । ଦେଖନ୍ତୁ କେମିତି ୨୪୨ ଜଣଙ୍କୁ ନେଇ ଉଡାଣ ଭରିଥିବା ବିମାନଟି ଧିରେ ଖସୁଛି ଆଉ ବିମାନବନ୍ଦର ପାଖରେ ଥିବା ଏକ ମେଡିକାଲ କଲେଜ ବିଲ୍ଡିଂରେ ମାଡ ହୋଇ ଜଳିଯାଉଛି । ଯାହାର ନିଆଁ ଦୂର ଯାଏଁ ଦେଖା ଯାଉଛି ।
Very shocked to hear about the #AirIndia Ahmedabad-London flight incident near Ahmedabad airport. Praying for the safety of all passengers and crew. 🙏#PlaneCrash #Ahmedabad pic.twitter.com/jmKkgJbHeU
— TVK Vijay Trends (@TVKVijayTrends) June 12, 2025
ଦୁର୍ଘଟଣା ପରେ ପ୍ରଚଣ୍ଡ ଶବ୍ଦ ସହ ଚାରିଆଡେ ଧୂଆଁମୟ ହୋଇଯାଇଥିଲା । କଳାଧୂଆଁରେ ଚାରିଆଡେ ଭୟାନକ ପରିସ୍ଥିତି ଉପୁଜିଥିଲା । ଘଟଣାସ୍ଥଳରେ ଛାରଖାର ହୋଇଛି ସବୁକିଛି । ଭାଙ୍ଗିଯାଇଛି ବିଲ୍ଡିଂ । ମେଡିକାଲ କଲେଜରେ ପଶିଯାଇଛି ବିମାନ । ଯାହାର ଦୃଶ୍ୟ ଦେଖିଲେ ଛାତି କୋରି ହୋଇ ଯାଉଛି । ସେପଟେ ଉଦ୍ଧାରକାମ ଜାରି ରହିଥିବା ବେଳେ ମେଡିକାଲକୁ ମାଳମାଳ ଆମ୍ବୁଲାନ୍ସ ଯାଉଥିବା ଦେଖିବାକୁ ମିଳୁଛି । ମୃତ୍ୟୁ ସଂଖ୍ୟା ଯଦିଓ ଏଯାଏଁ କିଛି ଆସିନି ମାତ୍ର ୧୦୦ ଉପରେ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । କିଛି ଜାତୀୟ ଗଣମାଧ୍ୟମ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିମାନ କ୍ରାସରେ ପ୍ରାଣ ହରାଇଥିବା ରିପୋର୍ଟ କରିଛନ୍ତି ।
/sambad/media/media_files/2025/06/12/MRnp1iXalVURgPHqzmiI.jpg)