ଗୁଜୁରାଟ: ମୋଦି ଓ ରାହୁଳଙ୍କୁ ରାଲି ପାଇଁ ଅନୁମତି ଦେଲାନି ପୁଲିସ

ନୂଆଦିଲ୍ଲୀ: ଏକା ଦିନରେ ରୋଡ୍‌ ସୋ’ ଆୟୋଜନ କରିବାକୁ ଅହମଦାବାଦ ପୁଲିସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ଅନୁମତି ଦେବାକୁ ମନା କରି ଦେଇଛି।

ଗୁରୁରାଟ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ପୂର୍ବରୁ ଆଜି ଅହମଦାବାଦ ଠାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଳ ଜୋର୍‌ଦାର ନିର୍ବାଚନ ପ୍ରଚାରର ନେତୃତ୍ୱ ନେଇଛନ୍ତି।

ପ୍ରସ୍ଥାବିତ ରୋଡ୍‌ ସୋ’ ଭିନ୍ନ ଭିନ୍ନ ରାସ୍ତାରେ ଆୟୋଜିତ କରାଯିବାର ବ୍ୟବସ୍ଥା ହୋଇଛି। କିନ୍ତୁ, ଗାନ୍ଧୀଙ୍କ ଆୟୋଜିତ ରୋଡ୍‌ ସୋ’ ପ୍ରଧାନମନ୍ତ୍ରୀଙ୍କ ଆୟୋଜିତ ରୋଡ୍‌ ସୋ’ର ଅତି ପାଖ ଦେଇ ଅତିକ୍ରମ କରିବ। ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ଅହମଦାବାଦ ପୁଲିସ ଉଭୟଙ୍କ ରାଲି ନିଷିଦ୍ଧ କରିଛି। ଉଭୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗାନ୍ଧୀ ରାସ୍ତାକୁ ବାହାରିଲେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଭୟାବହ ହୋଇ ପାରେ।

ସମ୍ବନ୍ଧିତ ଖବର