ଅହମଦାବାଦ: ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଆସିଲା ବଡ ଅପଡେଟ୍ । ଦୁର୍ଘଟଣା ୨୦୪ ଯାତ୍ରୀଙ୍କ ମୃତ୍ୟୁ । ବଡ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ୨୦୪ ଯାତ୍ରୀ । ଦୁର୍ଘଟଣାରେ ୪୧ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କର ଚିକିତ୍ସା ଚାଲିଛି । ତେବେ ଗୁରୁତରଙ୍କ ବଞ୍ଚିବାର ଆଶା ବହୁତ କ୍ଷୀଣ ବୋଲି ସ୍ପଷ୍ଟ କରିଛନ୍ତି ଅହମଦାବାଦ ପୋଲିସ କମିଶନର । ଦୁର୍ଘଟଣା ପରେ ମୃତକଙ୍କ ସଂଖ୍ୟା ଶତାଧିକ ନେଇ ଅନୁମାନ କରାଯାଉଥିବା ବେଳେ ବିମାନ ଦୁର୍ଘଟଣାରେ ୨୦୪ ଜଣଙ୍କ ମୃତ୍ୟ ହୋଇଥିବା ସ୍ପଷ୍ଟ କରିଛନ୍ତି ସିପି ।
ସରକାରୀ ସୂଚନା ମୁତାବକ ପ୍ରାୟ ୫୦ ଜଣ ସାଧାରଣ ନାଗରିକ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ସେପଟେ ଅହମଦାବାଦ ବିମାନ ଦୁର୍ଘଟଣାରେ ବର୍ତ୍ତିଯାଇଛନ୍ତି ଜଣେ ଯାତ୍ରୀ । ୧୧-ଏ ସିଟରେ ବସିଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବିଶ୍ଵାସ କୁମାର ନାମକ ଯାତ୍ରୀ ବର୍ତ୍ତି ଯାଇଥିବା ଅହମଦାବାଦ ପୋଲିସ କମିଶନର ସୂଚନା ଦେଇଛନ୍ତି ।
ଅହମ୍ମଦାବାଦ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଉଡ଼ାଣ ଭରିଥିଲା । ଏହି ବିମାନରେ ମୋଟ କ୍ର୍ୟୁ ମେମ୍ବରକୁ ମିଶାଇ ମୋଟ ୨୪୨ ଜଣ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ନାଗରିକ, ୫୩ ବ୍ରିଟିସ ନାଗରିକ, ୭ ପର୍ତ୍ତୁଗାଲ ନାଗରିକ ଓ ଜଣେ କାନାଡାର ନାଗରିକ ଯାତ୍ରା କରୁଥିଲେ । ସେପଟେ ମେଡିକାଲ କଲେଜରେ ବିମାନ ଖସି ପଡିବା ପରେ ୫୦ ଜଣ ଆହତ ହୋଇଛନ୍ତି ଆଉ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।