ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦ-ବଡୋଦରା ଏକ୍ସପ୍ରେସୱେରେ ଏକ ଭୟବହା ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଦମ୍ପତିଙ୍କ ମୃତ୍ୟୁ ହୋଇଛି।  କିନ୍ତୁ ୨ଜଣପିଲା ଚମତ୍କାର ଭାବରେ ଏହି ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି। ।

Advertisment

ସୂଚନାଯୋଗ୍ୟ, ଦୁର୍ଘଟଣା ସମୟରେ କାରରେ ଚାରି ଜଣ ଥିଲେ। କାରଟି ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଏହି ଧକ୍କାରେ କାର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇ ଯାଇଛି। 

ଧକ୍କା ଏତେ ଜୋରଦାର ଥିଲା ଯେ କାରଟି ଟ୍ରକ୍ ଭିତରେ ପଶି ଯାଇଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଏକ ଚମତ୍କାର ଘଟଣା ଘଟିଥିଲା। କାରରେ ବାପା ଓ ମା’ ସମେତ ଦୁଇଜଣ ଶିଶୁ ଯାତ୍ରା କରୁଥିଲେ।

ଦୁର୍ଘଟଣାରେ ବାପା ଓ ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ଛୁଆ ୨ଜଣଙ୍କ ଜୀବନ ସୌଭାଗ୍ୟବଶତଃ ରକ୍ଷା ପାଇଯାଇଛି। ୨ଜଣ ପିଲାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବାପା ଓ ମା’ଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବ‌ଚ୍ଛେଦ ପାଇଁ  ପଠାଇ ଦିଆଯିବା ସହିତ ମୃତକଙ୍କ ପରିଚୟ ଜାଣିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ଡିସିପି  ସଫିନ ହସନଙ୍କ ପକ୍ଷରୁ ପ୍ରକାଶ ପାଇଛି।