ରାଷ୍ଟ୍ରପତିଙ୍କ ଅଭିଭାଷଣ ଚାଲୁଥିବା ସମୟରେ ମୋବାଇଲ୍‌ ଦେଖୁଥିବା ନଜର ଆସିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ସଂସଦରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ନରେନ୍ଦ୍ର ମୋଦୀ ସରକାରର ଆଗାମୀ ପାଞ୍ଚବର୍ଷର କାଯର୍କ୍ରମ ସଂପର୍କରେ ସଂସଦର ମିଳିତ ଅଧିବେଶନରେ ଅଭିଭାଷଣ ଦେଇ ଥିଲେ। ଏହି ସମୟରେ ସଂସଦରେ ଉପସ୍ଥିତ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଅଭିଭାଷଣ ସମୟରେ ସେ ମୋବାଇଲ ଦେଖୁଥିବା ନଜର ଆସିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଏକ ଘଣ୍ଟାରୁ ଅଧିକ ଅଭିଭାଷଣ ସମୟରେ ୨୪ମିନିଟ୍‌ ରାହୁଲ ଗାନ୍ଧି ନିଜ ଫୋନ୍‌ରେ ବ୍ୟସ୍ତ ଥିଲେ।

୨୪ ମିନିଟ୍‌ ମୋବାଇଲ୍‌ରେ ସ୍କ୍ରୋଲ୍‌ ଓ କିଛି ଟାଇପ୍‌ କରିବା ପରେ ଆଉ ୨୦ ମିନିଟ୍‌ ତାଙ୍କ ପାଖରେ ବସିଥିବା ସୋନିଆ ଗାନ୍ଧିଙ୍କ ସହିତ କିଛି ସେ ଆଲୋଚନା କରୁଥିବା ନଜର ଆସିଛନ୍ତି। ଏହି ସମୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଚାଲୁଥିଲା। ରାହୁଲ ଗାନ୍ଧି ପୁଣିଥିରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ଟେବୁଲ ବାଡେଇ ନଥିଲେ। ଶେଷରେ କିଛି ସେକେଣ୍ଡ ପାଇଁ ଟେବୁଲକୁ ଛୁଇଁଥିଲେ। କିନ୍ତୁ ୟୁପିଏ ଅଧକ୍ଷ ସୋନିଆ ଗାନ୍ଧି ୯ଥର ଟେବୁଲ ବାଡେଇ ଥିବା ଦେଖିବାକୁ ମିଳିଥିଲା। ୧୭ତମ ଲୋକସଭାରେ ଅଧିକ ମହିଳା ସାଂସଦ ବଛାଯିବା ଓ ମସୁଦ ଅଜହରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ପରେ ସୋନିଆ ଟେବୁଲ ଥାପୁଡାଇ ଥିଲେ। କିନ୍ତୁ ରାହୁଲ ନିଜ ଫୋନ୍‌ ଦେଖିବାରେ ବ୍ୟସ୍ତ ଥିଲେ।

ସମ୍ବନ୍ଧିତ ଖବର