ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ ଭିତ୍ତିକ ଆପ୍‌ ପଢଏଆଇ ୟୁପିଏସସି ପ୍ରିଲିମିନାରି ପରୀକ୍ଷା ୨୦୨୪ରେ ୨୦୦ରୁ ୧୭୦ରୁ ଅଧିକ ମାର୍କ ହାସଲ କରି ୭ ମିନିଟ୍‌ ମଧ୍ୟରେ ପୁରା ପେପରକୁ ସମାଧାନ କରି ସାଧାରଣ ସ୍କୋର ଠାରୁ ଅଧିକ ଯୋଗ୍ୟତା ଅର୍ଜନ କରିଛି ଯାହା ସାଧାରଣତଃ ୧୦୦ରୁ କମ୍‌ ରହିଥାଏ।
ପଢ଼େଇର ଏହି ସ୍କୋର ଜାତୀୟ ସ୍ତରରେ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛି, ଯଦିଓ ୧ ନମ୍ବର ସ୍ଥାନରେ ନାହିଁ।

Advertisment

ୟୁପିଏସସି ପ୍ରିଲିମିନାରି ପରୀକ୍ଷା ପରେ ଦିଲ୍ଲୀର ଲଳିତ ହୋଟେଲରେ ଶିକ୍ଷା କ୍ଷେତ୍ରର ଅତିଥି, ୟୁପିଏସସି କମ୍ୟୁନିଟି ଏବଂ ମିଡିଆ ପ୍ରଫେସନାଲଙ୍କ ଉପସ୍ଥିତିରେ ଆଇଆଇଟିଆନଙ୍କ ଏକ ଟିମ୍‌ ଦ୍ୱାରା ବିକଶିତ ଏହି ଆପ୍‌ ରବିବାର ସାର୍ବଜନୀନ ସେଟିଂରେ ପରୀକ୍ଷା ଦେଇଥିଲା। ଏହାକୁ ସମ୍ପୂର୍ଣ୍ଣ ପ୍ରଶ୍ନପତ୍ରର ସମାଧାନ ପାଇଁ ୭ ମିନିଟ୍‌ରୁ କମ୍‌ ସମୟ ଲାଗିଥିଲା ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ପଢ଼ାଇ.ଏଆଇ େଓ୍ଵବ୍‌ ପୋର୍ଟାଲ ଓ ୟୁଟ୍ୟୁବରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା, ଯେଉଁଠାରେ ପ୍ରଶ୍ନ ଓ ଉତ୍ତର ସର୍ବସାଧାରଣରେ ଉପଲବ୍ଧ ରହିଛି। ଏଆଇର ଉତ୍ତରକୁ ଓପନଏଆଇ, ମାଇକ୍ରୋସଫ୍‌ଟ ଏବଂ ଗୁଗୁଲ ଭଳି ବଡ଼ ଟେକ୍‌ କମ୍ପାନିରୁ ବ୍ୟବସାୟିକ ଭାବରେ ଉପଲବ୍ଧ ବ୍ୟାପକ ଏଆଇ ମଡେଲ ସହିତ ତୁଳନା କରାଯାଇଥିଲା।

ୟୁପିଏସସି ପରୀକ୍ଷାର ଗତ ୧୦ ବର୍ଷ ମଧ୍ୟରେ ଏହା ସର୍ବୋଚ୍ଚ ସ୍କୋର। ଆମେ ବିଶ୍ୱାସ କରୁଛୁ ଯେ ଆମର କାର୍ଯ୍ୟକ୍ରମ ପ୍ରଥମ ହୋଇଥିବା ବେଳେ କିଛି ବର୍ଷ ମଧ୍ୟରେ ଏଭଳି କାର୍ଯ୍ୟକ୍ରମ ସାଧାରଣ ହୋଇଯିବ କାରଣ ଅନେକ ଶିକ୍ଷାନୁଷ୍ଠାନ ଏଆଇ ସହିତ ଶୀଘ୍ର ଏବଂ ସଠିକ୍‌ ଭାବରେ ପ୍ରଶ୍ନପତ୍ର ସମାଧାନ କରିବାକୁ ଦୌଡ଼ୁଛନ୍ତି ବୋଲି କହିଛନ୍ତି ପଢଏଆଇର ସିଇଓ କାର୍ତ୍ତିକେୟା ମଙ୍ଗଲମ।

ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ୟୁପିଏସସି ପ୍ରସ୍ତୁତି ପାଇଁ ପଢଏଆଇ ହେଉଛି ଏକ ଏଆଇ ଏକ୍ସ ଏଜୁକେସନ ଆପ୍‌। ଏହା ସମ୍ବାଦ ସାରଣୀ, ସ୍ମାର୍ଟ ପିୱାଇକ୍ୟୁ ସନ୍ଧାନ, ସନ୍ଦେହ ସ୍ପଷ୍ଟୀକରଣ, ଇଣ୍ଟରଆକ୍ଟିଭ୍‌ ଉତ୍ତର ସ୍ପଷ୍ଟୀକରଣ, ପୁସ୍ତକ ସଂକ୍ଷେପ ସମେତ ଅନେକ ଏଆଇ ବୈଶିଷ୍ଟ୍ୟ ପ୍ରଦାନ କରିବାକୁ ଦାବି କରେ।