ଓବାମା ଓ ଆଞ୍ଜେଲା ମର୍କେଲଙ୍କ ଏଆଇ ଛବି ଭାଇରାଲ

ୱାସିଂଟନ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ବାରା ପ୍ରସ୍ତୁତ ଫଟୋରୁ ଜଣାପଡ଼ିଛି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ପୂର୍ବତନ ଜର୍ମାନୀ ଚାନସେଲର ଆଞ୍ଜେଲା ମର୍କେଲ ବେଳାଭୂମିରେ ଅବସର ବିନୋଦନ କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ଫଟୋ ଭାଇରାଲ ହୋଇଛି। ଭାରତର ବିଭିନ୍ନ ରାଜ୍ୟର କଳ୍ପିତ ପୁରୁଷ ଓ ମହିଳାଙ୍କଠାରୁ ଆରମ୍ଭ କରି ଦିଲ୍ଲୀର ଭବିଷ୍ୟତର ପ୍ରଦୂଷଣକୁ ନେଇ କଳାକାରମାନେ ସୋସିଆଲ ମିଡ଼ିଆ ମଞ୍ଚରେ ଅନେକ ଏଆଇ-ସୃଷ୍ଟ ଛବି ସେୟାର କରିଛନ୍ତି। ଏଆଇ-ସୃଷ୍ଟ ଫଟୋରେ ଦେଖିବାକୁ ମିଳୁଛି ବାରାକ ଓବାମା ଓ ଆଞ୍ଜେଲା ମର୍କେଲ ବେଳାଭୂମିରେ ଅବସର ବିନୋଦନ କରୁଛନ୍ତି। ଜୁଲିଆନ ଏଆଇ ଆର୍ଟ ପକ୍ଷରୁ ଏହି ଫଟୋ ଅପଲୋଡ କରାଯାଇଛି।

ସମ୍ବନ୍ଧିତ ଖବର