ନୂଆଦିଲ୍ଲୀ: ସୋମବାରଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଆନ୍ତର୍ଜାତିକ ଏଆଇ ସମ୍ମିଳନୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦେଶବିଦେଶରୁ ସୂଚନାପ୍ରଯୁକ୍ତି ବିଶେଷଜଜ୍ଞଙ୍କ ନୂଆଦିଲ୍ଲୀ ଆଗମନ ଜାରି ରହିଥିବା ବେଳେ ସାରା ବିଶ୍ବର ନଜର ଏବେ ଭାରତ ଉପରେ ରହିଛି। ତେବେ ଏଭଳି ସ୍ଥିତିରେ ଭାରତକୁ ପ୍ରଶଂସା କରିବା ସହିତ ଏହା ଏଆଇ ସମ୍ମିଳନୀ ଆୟୋଜନ କରିବା ପାଇଁ ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍। ଭାରତ ବିଶ୍ବରେ ଏକ ପ୍ରଭାବଶଳୀ ଓ ସଫଳ ଅର୍ଥନୀତି ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ସେ କହିଛନ୍ତି।
ଏଥିପାଇଁ ସେ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଜିର ଯୁଗରେ କୃତିମ ବୁଦ୍ଧିମତା ବା ଏଆଇ ବିକାଶତ ରାଷ୍ଟ୍ରଠାରୁ ଆରମ୍ଭ କରି ସ୍ବଳ୍ପ ବିକଶିତ ରାଷ୍ଟ୍ର ପର୍ଯ୍ୟନ୍ତ ସବୁଠାରେ ଅତି ଉପଯୋଗୀ। ଏହି ଦୃଷ୍ଟିରୁ ନୂଆଦିଲ୍ଲୀରେ ହେବାକୁ ଥିବା ଏହି ସମ୍ମିଳନୀ ଏଆଇ କ୍ଷେତ୍ରରେ ନୂଆ ସମ୍ଭାବନାର ଦିଗ ଆବିଷ୍କାର କରିବ ଓ ମାନବ ଜାତିର ସର୍ବାଧିକ ମଙ୍ଗଳ ଦିଗରେ ଏଆଇ ବିନିଯୋଗ ହେବ ବୋଲି ସେ ଆଶବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେଉଥିବା ଏହି ସମ୍ମିଳନୀ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ‘ପିପୁଲ୍, ପ୍ଲାନେଟ୍ ଓ ପୋଗ୍ରେସ୍’ (ଜନତା, ବିଶ୍ବ ଓ ବିକାଶ)କୁ ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ଭାବେ ରଖାଯାଇଛି। ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଗୁଟେରସ୍ ନୂଆଦିଲ୍ଲୀ ଆସିବାର କାର୍ଯ୍ୟକ୍ରମ ରହିଛି।
ଆହୁରି ପଢନ୍ତୁ -Saket Srinivasaiah: ଭାରତୀୟ ଛାତ୍ର ସାକେତ ଶ୍ରୀନିବାସୈୟାଙ୍କ ମୃତଦେହ ମିଳିଲା: ୬ ଦିନ ଧରି ନିଖୋଜ ଥିଲେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/15/artificial-intelligente-and-consultancy-1200x675-2026-02-15-14-54-47.jpg)