ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ କୃତ୍ରିମ ବୁଦ୍ଧିମତା (ଏଆଇ) ଏକ ବଡ଼ ଅସ୍ତ୍ର ହେବାକୁ ଯାଉଛି। ବୈଷୟିକ ଜ୍ଞାନକୌଶଳକୁ ନେଇ ଏବେ ରାଜନୈତିକ ଦଳମାନେ ନିର୍ବାଚନ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଲେଣି। ବିଜେପି ଏ କ୍ଷେତ୍ରରେ ଆଗରେ ରହିଥିବା ବେଳେ ଏବେ ଏଆଇ ପ୍ରୟୋଗ କରି ବଡ଼ ଧରଣର ପ୍ରଭାବ ସୃଷ୍ଟି କରିବାକୁ ଯୋଜନା କରିଛି । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପ୍ରଚାର କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ହାଇଟେକ୍ କରିବା ପାଇଁ ଏଆଇ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେଇଛି। ସୋସିଆଲ ମିଡିଆରେ ଲୋକଙ୍କ ମତାମତକୁ ଏଆଇ ମାଧ୍ୟମରେ ଆକଳନ କରି ସେହି ଆଧାରରେ ବିଜ୍ଞାପନ ପ୍ରସ୍ତୁତ ହେଉଛି। ଏଆଇ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ରାଜ୍ୟ ୟୁନିଟ୍ଗୁଡ଼ିକୁ ପ୍ରସ୍ତୁତ କରାଯାଉଛି। ଦଳର ଷ୍ଟାର୍ ପ୍ରଚାରକ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନକୁ ଏଆଇ ମାଧ୍ୟମରେ ୮ଟି ଭାଷାରେ ପ୍ରସାରଣ କରାଇବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି।
ବିଜେପି ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ବଙ୍ଗଳା, କନ୍ନଡ, ତାମିଲ, ତେଲୁଗୁ, ପଞ୍ଜାବୀ, ଓଡ଼ିଆ, ମରାଠୀ ଓ ମାଲାୟାଲମ ଭାଷାରେ ବ୍ୟାପକ ପ୍ରସାର କରିବାକୁ ଲକ୍ଷ୍ୟ ରଖିଛି। ଏହାକୁ ଏଆଇ ଜରିଆରେ ଡବିଂ କରାଯାଇଛି। ଏଆଇ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ୮ଟି ଭାଷାରେ ପ୍ରସାର କରିବା ପାଇଁ ବିଜେପିର ଭିନ୍ନ ଭିନ୍ନ ଆକାଉଣ୍ଟ ରହିଛି। ଦେଶର ନାଗରିକମାନେ ହିନ୍ଦୀ ବ୍ୟତୀତ ମରାଠୀ, ତାମିଲ, ତେଲୁଗୁ, କନ୍ନଡ ଭଳି ଅନ୍ୟ ଭାଷାରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିପାରୁଥିବାରୁ ଏହାର ବିଶେଷ ଫାଇଦା ମିଳିବ ବୋଲି ଆଶା କରାଯାଉଛି। ବିଭିନ୍ନ ଭାଷାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନର ସିଧା ପ୍ରସାରଣ ପାଇଁ ମଧ୍ୟ ଯୋଜନା ହେଉଛି। ଦକ୍ଷିଣ ରାଜ୍ୟଗୁଡ଼ିକରେ ଏହା ବିଜେପି ପାଇଁ ବେଶ୍ ସହାୟକ ହେବାକୁ ଥିବା ବେଳେ ଏହା ଇଣ୍ଡି ମେଣ୍ଟର ଚିନ୍ତା ବଢ଼ାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/gjgdjdggjtt.jpg)