ନିର୍ବାଚନ ପରିଚାଳନା ଟିମ୍‌ ଘୋଷଣା କଲା ଏଆଇସିସି

ନୂଆଦିଲ୍ଲୀ : ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟି, ମିଡିଆ ସମନ୍ବୟ କମିଟି ଓ ନିର୍ବାଚନ ପରିଚାଳନା ଟିମ୍‌ ଘୋଷଣା କରାଯାଇଛି। ୬ ଜଣିଆ ପ୍ରଚାର କମିଟିରେ ବିଶ୍ବଜିତ ଦାସ, କହ୍ନେଇ ଚରଣ ସେଠୀ, ନିରୋଦ କୁମାର ଖୁଣ୍ଟିଆ, ମନୋଜ କୁମାର ଜେନା, କୈଳାଶ ଚନ୍ଦ୍ର ସାହୁ ଓ ବିଜୟ କୁମାର ପ୍ରଧାନ ସ୍ଥାନ ପାଇଛନ୍ତି। ସତ୍ୟ ପ୍ରକାଶ ନାୟକ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପଞ୍ଚାନନ କାନୁନ୍‌‌ଗୋ, ଜଗଦୀଶ ମହାନ୍ତି, ଅମିୟ ପାଣ୍ଡବ, ଲଳିତ ମୋହନ ପଟ୍ଟନାୟକ, ପଦ୍ମାକର ଗୁରୁ ଓ ରଜନୀକୁମାର ମହାନ୍ତିଙ୍କୁ ନେଇ ୮ ଜଣିଆ ମିଡିଆ ସମନ୍ବୟ କମିଟି ଗଠନ କରାଯାଇଛି। ନିର୍ବାଚନ ପରିଚାଳନା ଟିମ୍‌ରେ ଲକ୍ଷ୍ମୀ ନାରାୟଣ ପାଲ୍‌, ଭାଗିରଥୀ ପତି, ବନବିହାରୀ ମହାନ୍ତି, ଉତ୍କଳ କୁମାର ରାଉତରାୟ, ଜେବି ପଟ୍ଟନାୟକ, ଶେଖ୍‌ ଅବଦୁଲ ବାରି, କୁମାର ଚିରଂଜିବୀ ଓ ସ୍ମୃତି ପ୍ରକାଶ ନନ୍ଦ ସ୍ଥାନ ପାଇଛନ୍ତି। ୩ଟି କମିଟି ଗଠନ ପ୍ରସ୍ତାବକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନୁମୋଦନ ପ୍ରଦାନ କରିଥିବା କଂଗ୍ରେସର ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର