୮ ଆଞ୍ଚଳିକ ଭାଷାରେ ଏଆଇସିଟିଇର ଅନ୍‌ଲାଇନ୍‌ କୋର୍ସ, ସାମିଲ ହୋଇନାହିଁ ଓଡ଼ିଆ ଭାଷା

ନୂଆଦିଲ୍ଲୀ : ଆଇଆଇଟି, ଏନ୍‌ଆଇଟି, ଆଇଆଇଆଇଟି ସମେତ ଦେଶର ସମସ୍ତ ଇଂଜିନିୟରିଂ କଲେଜର ଛାତ୍ରଛାତ୍ରୀମାନଙ୍କୁ ଇଂରାଜୀ ଭାଷାରେ ଅଧ୍ୟୟନରେ ଯଦି ପାଠ୍ୟକ୍ରମକୁ ବୁଝିବାରେ ଅସୁବିଧା ହୁଏ, ସେମାନଙ୍କୁ ମଝିରେ କୋର୍ସ ଛାଡ଼ିବାକୁ ପଡ଼ିବନାହିଁ।

ଏଣିକି ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ନିଜର ସ୍ବୟଂ ପ୍ଲାଟଫର୍ମରେ ପଢ଼ାଯାଉଥିବା ଅନଲାଇନ୍‌ ପାଠ୍ୟକ୍ରମକୁ ହିନ୍ଦୀ, ମରାଠୀ, ତାମିଲ, କନ୍ନଡ଼, ବଙ୍ଗାଳୀ, ତେଲୁଗୁ, ଗୁଜରାଟୀ ଓ ମାଲାୟାଲମ୍‌ ଭାଷାରେ ଅନୁବାଦ କରାଇବାର ନିଷ୍ପତ୍ତି ନେଇଛି। ଏଥିରେ ଓଡ଼ିଆ ଭାଷାକୁ ସାମିଲ କରାଯାଇନାହିଁ। ଏତଦ୍‌ବ୍ୟତୀତ ଏଆଇସିଟିଇ ବିଟେକ୍‌ ପାଠ୍ୟକ୍ରମରେ ପଢ଼ାଯାଉଥିବା ଇଂଜିନିୟରିଂ ପ୍ରସ୍ତୁକଗୁଡ଼ିକୁ ମରାଠୀ, ତାମିଲ, ତେଲୁଗୁ, ବଙ୍ଗାଳୀ, ଆସାମୀ ଆଦି ଆଞ୍ଚଳିକ ଭାଷାରେ ଅନୁବାଦ କରାଯିବାର ମଧ୍ୟ ଯୋଜନା କରିଛି।

ସମ୍ବନ୍ଧିତ ଖବର