ଚେନ୍ନାଇ: ତାମିଲନାଡ଼ୁରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଏବଂ ଏଆଇଏଡିଏମ୍କେ ମଧ୍ୟରେ ମେଣ୍ଟ ଗଠନ ଆପାତତଃ ଚୂଡ଼ାନ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ବାବଦରେ ଆଗାମୀ ୧୦ ତାରିଖ ଦିନ ଘୋଷଣା କରିବେ। ରାଜ୍ୟର ୪୦ଟି ଲୋକସଭା ଆସନରୁ ବିଜେପି ୮ଟିରେ ଏବଂ ଏଆଇଏଡିଏମ୍କେ ୩୨ଟି ଆସନରେ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର ହୋଇଥିବା ଜଣାପଡ଼ିଛି। ୨୦୧୪ ନିର୍ବାଚନରେ ଏଆଇଏଡିଏମ୍କେ ୩୭ଟି ଆସନରେ ବିଜୟୀ ହୋଇଥିଲା।