ସର୍ଜରୀ କରିବା ପାଇଁ ଏମ୍‌ସ ଡ଼ାକ୍ତଖାନାରେ ପହଞ୍ଚିଲେ ରୋଗୀ, ଜବାବ ମିଳିଲା; ଦୁଇ ବର୍ଷ ପରେ ଆସିବ

ନୂଆଦିଲ୍ଲୀ : ଦିଲ୍ଲୀରେ ଥିବା ଏମ୍‌ସ ଡ଼ାକ୍ତରଖାନାକୁ ଜଣେ ହୃଦ୍‌ ରୋଗୀ ନିଜର ସର୍ଜରୀ କରାଇବାକୁ ଆସିଥିବା ବେଳେ ତାଙ୍କ ସହ ଯେଉଁ ଭଳି ଭାବରେ ବ୍ୟବହାର କରାଯାଇଥିଲା, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୀଡ଼ିତ ନିଜର ସର୍ଜରୀ ପାଇଁ ଆସିଥିବା ବେଳେ ଏମ୍‌ସର ଜଣେ ଡ଼ାକ୍ତର ତାଙ୍କୁ ଜାନୁଆରୀ ୧୩, ୨୦୨୧ରେ ଆସିବାକୁ କହିଥିଲେ । ରୋଗୀଙ୍କ ନାଁ ବାହାଦୂର ରାମ୍‌ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କୁ ବୟସ ୬୬ବୟସ ବୋଲି ଜଣା ପଡ଼ିଛି । ନିଜ ବାପାଙ୍କ ସହ ଏଭଳି ବ୍ୟବହାର ଦେଖି ତାଙ୍କ ପୁଅ ଜତିନ କୁମାର ଇଣ୍ଡିଆ ଟୁଡେକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

oneindia.com

ତାଙ୍କ କହିବା ଅନୁଯାୟୀ, ଡ଼ାକ୍ତର ମୋ ବାପାଙ୍କୁ ଏଭଳି ତାରିଖ କେମିତି ଦେଇ ପାରିବେ । ଯଦି ଏ ମଧ୍ୟରେ ତାଙ୍କ ଅବସ୍ଥା ଖରାପ ହୋଇଯାଏ, ତେବେ ଡ଼ାକ୍ତରଖାନା ଏ ନେଇ ନିଜକୁ ଦାୟୀ କରିବ କି? ମୋ ବାପାଙ୍କ ହୃଦ୍‌ ସମସ୍ୟା ଥିବାରୁ ଚାଲି ପାରୁ ନାହାନ୍ତି । ମୋ ବାପାଙ୍କ ପାଇଁ ମୁଁ ଏବେ ଚାକିରି ଛାଡ଼ିବାକୁ ବାଧ୍ୟ ହେଲାଣି ବୋଲି କହିଛନ୍ତି ଜତିନ୍‌ । ଏମ୍‌ସରୁ ଏଭଳି ଜବାବ ମିଳିବା ପରେ ଜତିନ ଅନ୍ୟ ଡ଼ାକ୍ତରଖାନାରେ ନିଜ ବାପାଙ୍କର ସର୍ଜରୀ ପାଇଁ ଚେଷ୍ଟା ଚଳାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର