ଜେଟ୍‌ଲିଙ୍କ ଚିକିତ୍ସା ପାଇଁ ବିଦେଶ ଯାତ୍ରା ବାତିଲ କରି ଏମ୍ସରେ ପହଁଚିଲେ ଡାକ୍ତର

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ସୁଧୁରିବାରେ ଲାଗିଛି | ଡାକ୍ତର ଟିମଙ୍କ କହିବା ମୁତାବକ ପୂର୍ବାପେକ୍ଷା ଏବେ ସ୍ୱାସ୍ଥ୍ୟ ଭଲ ରହିଛି | ତେବେ ଜେଟ୍‌ଲିଙ୍କ ଚିକିତ୍ସା ପାଇଁ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ନିଜ ବିଦେଶ ଯାତ୍ରା ବାତିଲ କରି ଫେରିଆସିଛନ୍ତି | ଗୁଲେରିୟା ଭିଏତନାମା ଗସ୍ତରେ ଯାଇଥିବାବେଳେ ଅରୁଣ ଜେଟ୍‌ଲିଙ୍କ ଚିକିତ୍ସା ପାଇଁ ଫେରିଆସିଛନ୍ତି |

ଶ୍ବାସକ୍ରିୟାରେ ସମସ୍ୟା ଦେଖାଦେବା ପରେ ଜେଟ୍‌ଲିଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଜେଟ୍‌ଲିଙ୍କୁ ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡ଼ୁ ଭେଟିଥିଲେ। ଜେଟ୍‌ଲିଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଏବଂ ସ୍ଥିତିରେ କିଛି ଉନ୍ନତି ହୋଇଛି ବୋଲି ଡାକ୍ତରମାନେ କହିଛନ୍ତି।

ପୂର୍ବରୁ ଜେଟ୍‌ଲିଙ୍କୁ ଦେଖିବା ପାଇଁ ହସ୍ପିଟାଲ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପହଞ୍ଚିଥିଲେ। ଜେଟ୍‌ଲି କର୍କଟ ଓ କିଡ୍‌ନି ଜନିତ ରୋଗରେ ପୀଡ଼ିତ ଅଛନ୍ତି। ୬୬ ବର୍ଷୀୟ ଜେଟ୍‌ଲିଙ୍କ ଚିକିତ୍ସା ଲାଗି ଏମ୍‌ସ କର୍ତ୍ତୃପକ୍ଷ ଏକ୍‌ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରିଛନ୍ତି।

ସମ୍ବନ୍ଧିତ ଖବର