ନୂଆଦିଲ୍ଲୀ : ଦିଲ୍ଲୀର ଶାଲିମାର ବାଗ୍ରେ ରହୁଥିବା ଅର୍ଚ୍ଚନା ଆହୁଜାଙ୍କ ପେଟ ୬ମାସ ମଧ୍ୟରେ ବଢ଼ିବାକୁ ଲାଗିବାରୁ ସେ ଏହାକୁ ଚର୍ବି ବୋଲି ଭାବି ଅଣଦେଖା କରି ଦେଇଥିଲେ । କିନ୍ତୁ ଧିରେ ଧିରେ ଏହା ଅଧିକ ବଢ଼ିବାରୁ ସେ ଏମ୍ସର ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ । ଡାକ୍ତର କାରଣ ଜାଣିବା ପାଇଁ ପରୀକ୍ଷା କରିବା ପରେ ତାଙ୍କ ପେଟରେ ଟ୍ୟୁମର ହୋଇଥିବା ଜାଣିବାକୁ ପାଇଥିଲେ । ଅସ୍ତ୍ରୋପଚାର ପରେ ତାଙ୍କ ପେଟରୁୁ ୧୮କେଜିର ଟ୍ୟୁମର ବାହାରିଥିବା ଜଣା ପଡ଼ିଛି ।
/sambad/media/post_attachments/21633f219928328c0acc08a61ee3c159500abbe09f484b49f67792c885b0cecd.jpeg)
ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ଅନୁଯାୟୀ, ଅର୍ଚ୍ଚନାଙ୍କ ଗର୍ଭାଶୟରେ ଟ୍ୟୁମରଟି ଦିନକୁ ଦିନ ବଢ଼ୁଥିଲା । ଯାହାକୁ ଆମେ ସିଷ୍ଟିକାଲ ଟ୍ୟୁମର ବୋଲି କହି ପାରିବା । ଟ୍ୟୁମର ଭିତରେ ତଳର ପଦାର୍ଥ ଜମି ଯାଇଥିବାରୁ ପେଟଟି ଦିନକୁ ଦିନ ଓଜନିଆ ହେବାକୁ ଲାଗିଥିଲା । ହେମେଟୋଲୋଜି ବିଭାଗର ଡାକ୍ତରଙ୍କଠାରୁ ପରାମର୍ଶ ନେବା ପରେ ଆମେ ଅସ୍ତ୍ରୋପଚାର କରିବା ଆରମ୍ଭ କରିଥିଲୁ । ଅସ୍ତ୍ରୋପଚାର ପୂର୍ବରୁ ଅର୍ଚ୍ଚନାଙ୍କ ଓଜନ ୫୮କିଲୋ ଥିବା ବେଳେ ଅସ୍ତ୍ରୋପଚାର ପରେ ତାଙ୍କ ଓଜନ ୪୦କିଲୋ ହୋଇ ଯାଇଛିା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/as-8.jpg)